News
WhatsApp Image 2023-10-04 at 17.25.00
samparksetu

ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତା ହୋଇଥିଲେ କିନ୍ତୁ ଏବେ ଭତ୍ତା ମିଳିବା ହୋଇଗଲା ବନ୍ଦ

କଥାରେ ଅଛି ବୁଡି ଯାଉଥିବା ଲୋକ କୁଟା ଖିଅକୁ ଭରସା କରେ ଠିକ୍ ସେହିପରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଭତ୍ତା ବୁଡିଯାଉଥିବା ଲୋକ ର କୁଟା ଖିଅ ଭରସା ଦେଲା ପରି।

ଢେଙ୍କାନାଳ ସଦର ବ୍ଲକ ବେଲେଟିକିରି ପଞ୍ଚାୟତର ଶାନ୍ତି ଲତା ଦଳେଇ ୨୦୧୮ ମସିହା ଜୁନ ମାସ ଠାରୁ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତା ହୋଇଥିଲେ।

ସେହି ମାସ ଠାରୁ ଆଠ ମାସ ଅର୍ଥାତ୍ ୨୦୧୯ ମସିହା ଜାନୁଆରୀ ମାସ ପର୍ଯ୍ୟନ୍ତ ଭତ୍ତା ପାଇଥିଲେ। କିନ୍ତୁ ହଠାତ୍ ଭୋଟର ପରିଚୟପତ୍ରରେ ତୃଟି ଦର୍ଶାଇ ୨୦୧୯ ମସିହା ଫେବୃଆରୀ ମାସ ଠାରୁ ତାଙ୍କର ଭତ୍ତା ବନ୍ଦ କରି ଦିଆଯାଇଥିଲା।

ଶାନ୍ତି ଜଣେ ଗରିବ ଶ୍ରେଣୀର ମହିଳା। ଘର ଖଣ୍ଡିଏ ବି ନାହିଁ ବୋଲି ଆମକୁ ବାରମ୍ବାର ଗୁହାରି କରିଥିଲେ। ତାଙ୍କ ଭତ୍ତା ଜନିତ ସମସ୍ୟା ସମାଧାନ ପାଇଁ ଆମେ ଚେଷ୍ଟା କରିବୁ ସମାଧାନ ପାଇଁ ବୋଲି କହିଥିଲୁ।

new life
You might also like
error: Content is protected !!