News
WhatsApp Image 2023-10-04 at 17.25.00
samparksetu

ଶ୍ବଶୁର ଘର ପଛ ପଟୁ ଜ୍ବାଇଁର ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ରାଇତୈଳା ଗ୍ରାମରେ ଶ୍ବଶୁର ଘର ପଛ ପଟୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହାତା ଗ୍ରାମର ସନ୍ତୋଷ ବେଉରା ବୋଲି ଜଣାପଡିଛି ।

ଖବର ପାଇ ଗଁଦିଆ ପୋଲିସ ଏହି ଗ୍ରାମର ଅର୍ଜୁନ ଜେନାଙ୍କ ଘର ବାଡିର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ସଠିକ କାରଣ କଣ ଜଣା ପଡ଼ିନଥିବା ବେଳେ , ମୃତ ସନ୍ତୋଷ ରାଇତୈଳା ଗ୍ରାମର ଅର୍ଜୁନ ଜେନାଙ୍କ ଝିଅଙ୍କୁ ବିବାହ କରିଥିଲେ । ଘରୋଇ କଳି ହେତୁ ପତ୍ନୀ ଶାଶୁଘର ଛାଡି ନିଜ ବାପା ଘର ରାଇତୈଳାରେ ରହୁଥିଲେ , ସନ୍ତୋଷ ନିଜ ସ୍ତ୍ରୀ କୁ ନେବାକୁ ଗତକାଲି ଶ୍ୱଶୁର ଘର ଆସିଥିଲେ , ଆଜି ତାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି ତେବେ ପୋଲିସ୍ ଶବ କୁ ଜବତ କରି ଏହାର ତଦନ୍ତ ଚଳାଇଛି ।

new life
You might also like
error: Content is protected !!