News
WhatsApp Image 2023-10-04 at 17.25.00
samparksetu

ଡାକ୍ତର ପଦବୀ ପୂରଣ ନିମନ୍ତେ ଆମ ହିନ୍ଦୋଳ ର ଦାବିପତ୍ର

ଦୀର୍ଘ ଦୀନ ଧରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ଉପେକ୍ଷା କରିବା ହେତୁ ଗରିବ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଉପରେ ୩୫ଟି ପଞ୍ଚାୟତ ଓ ଗୋଟିଏ ଏନ୍ଏସି ନିର୍ଭରଶୀଳ ।

ରୋଗୀ ଗାଁ ଗଣ୍ଡାରୁ ଗାଡି ଭଡା କରି ବହଙ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ଚିକିତ୍ସା ନିମନ୍ତେ ହେଲେ ଜଣେ ମହିଳା ଡାକ୍ତର ସମସ୍ତଙ୍କୁ ସେବା ଯୋଗାଇବା ସମ୍ଭବ ହୋଇପାରୁନାହିଁ ।

ଫଳରେ ସାମାନ୍ୟ ରୋଗ ମଧ୍ୟ ଭୟଙ୍କର ଆକାର ନେଉଛି ।ଏମିତିକି ବେଳେ ଯଦି ସେହି ଜଣେ ଡାକ୍ତର ଆସି ନ ପାରନ୍ତି ସେ ଦିନ ପରିସ୍ଥିତି ଅନୁମାନ କରାଯାଇ ପାରେ । “ଆମ ହିନ୍ଦୋଳ ସଂଘ ” ଆଜି ଉପଜିଲ୍ଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ଆବଶ୍ୟକ ପଦବୀ ୭ଦିନ ଭିତରେ ପୂରଣ ନିମନ୍ତେ ଦାବି କରିଛନ୍ତି ।

ନଚେତ ୭ଦିନ ପରେ ଆସନ୍ତା ୨୪ତାରିଖରେ ହିନ୍ଦୋଳ ବନ୍ଦ ଡାକରା ଦିଆଯିବ ବୋଲି ଆମ ହିନ୍ଦୋଳ ସଭାପତି ପ୍ରଦୀପ କୁମାର ସାମନ୍ତ ଜଣାଇଛନ୍ତି । ଏଠି ଦେଖାଯାଏ ଚିକିତ୍ସାଳୟ ଏକ ସମ୍ଵେଦନଶୀଳ ସେବା ହେଲେ ମଧ୍ୟ ବିଧାୟୀକା,ସାଂସଦ ବିରୋଧୀ ଦଳ କାହିଁକି ଏତେ ମୌନ ।ଜନସେବାର ବିପରୀତ ଚିନ୍ତାଧାରା ର ବୋଲି ଜଣାଯାଏ ଏ ପରି ସ୍ଥଳେ ।

new life
You might also like
error: Content is protected !!