News
WhatsApp Image 2023-10-04 at 17.25.00
samparksetu

ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୫ ବଖରା ଘର !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାମର୍ଦା ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ । ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମିଭୂତ ।

ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ଗ୍ରାମର ପ୍ରମୋଦ ସାହୁ ଙ୍କ ଘରେ କୌଣସି କାରଣ ରୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର ପ୍ରକୋପ ଏତେ ଜୋର ଥିଲାଯେ ଚାହୁଁ ଚାହୁଁ ତାଙ୍କର ୫ ବଖରା ଘରକୁ ନିଆଁ ବ୍ୟାପିଯାଇଥିଲା।

ଘର ଭିତରେ ଥିବା ଜିନିଷ ପତ୍ରରୁ କିଛିବି ଉଦ୍ଧାର ହୋଇପାରି ନଥିଲା । ଧାନ ଚାଉଳ ମୁଗ ବିରି ସହ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ କଲାବେଳକୁ ସମ୍ପୂର୍ଣ ପୋଡି ଯାଇଥିଲା। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି ।

new life
You might also like
error: Content is protected !!