ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ବଡସୁଆଁଳ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୋର ସକାଳ ସମୟରେ ଗୋଟେ ଟ୍ରକ କାମାକ୍ଷାନଗର ରୁ ଭୁବନ ଆଡକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଏହି ଟ୍ରକଟି ।
ଏହି ଧକ୍କା ଫଳରେ ଟ୍ରକ ଚାଳକ ଜଣକ ଗୁରୁତର ହେଇଥିଲେ, ଚାଳକ ଜଣଙ୍କୁ ସଙ୍ଗେସଙ୍ଗେ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ କଙ୍କଡାହାଡ଼ ଥାନା ବାଟଗାଁ ଗ୍ରାମର ମାଧବ ପାତ୍ର
କାମାକ୍ଷାନଗର ପୋଲିସ ଖବର ପାଇ ମେଡିକାଲ ରେ ପହଞ୍ଚି ମୃତଦେହ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି l