News
WhatsApp Image 2023-10-04 at 17.25.00
samparksetu

ବନ୍ଧୁକ ଦେଖାଇ ଲୁଟ ; ୨ ଲୁଟେରାଙ୍କୁ କାବୁକଲେ ଗ୍ରାମବାସୀ !

ପରଜଙ୍ଗ ଥାନା ଜରଡ଼ା ଗ୍ରାମ ନିକଟରୁ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା ଓ ମୋବାଇଲ । ସୂଚନା ଅନୁସାରେ ଗଡ଼ପଳାଶୁଣୀ ଗ୍ରାମର ବିଶ୍ୱଜିତ ସାମଲ କାମାକ୍ଷାନଗର ରୁ କାମ ସାରି ବାଇକ ଯୋଗେ ସାଙ୍ଗ ଙ୍କ ସହ ଗ୍ରାମକୁ ଫେରୁଥିଲେ। ଜରଡ଼ା ଘାଟି ନିକଟରେ ୪ ଜଣ ଦୁର୍ବୃତ୍ତ ଦୁଇଟି ମୋଟର ସାଇକେଲ ଯୋଗେ ଆସି ସେମାନଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ କରିଥିଲେ ।

ବିଶ୍ୱଜିତ ଓ ତାଙ୍କ ସାଙ୍ଗ କୁ ଡରାଇ ସେମାନଙ୍କ ଠାରୁ ୨୦ ହଜାର ଟଙ୍କା ମୋବାଇଲ ଓ ପର୍ସ ଲୁଟି ନେଇଥିଲେ । ଲୁଟି ନେଇ ଦୁର୍ବୃତ୍ତ ମାନେ ଫେରାର ହେଉଥିବା ସମୟରେ ବିଶ୍ବଜିତଙ୍କ ପାଟି ସୁଣି ଗ୍ରାମବାସୀ ପିଛାକରି ଡୋଲିଆ ଛକ ନିକଟରେ ୨ ଜଣଙ୍କୁ କାବୁକରି ପୋଲିସ ଜିମା ଦେଲେ । ଅନ୍ୟ ଦୁଇଜଣ ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି । ଗିରଫ ଦୁଇ ଜଣ ଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ ଓ ଗୋଟିଏ ଭୁଜାଲି ଜବତ କରି ପଚରାଉଚରା କରିବା ସହ ଅଧିକ ତଦନ୍ତ ଚଳାଇଛି।

new life
You might also like
error: Content is protected !!