News
WhatsApp Image 2023-10-04 at 17.25.00
samparksetu

୭ମ କେସିସି ଅଣ୍ଡର-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚଳିତ ବର୍ଷ କାରନ୍ଦା ଖେଳ ପଡିଆ ଠାରେ, କାରନ୍ଦା ଗ୍ରାମ ପକ୍ଷରୁ ୭ମ କେସିସି ଅଣ୍ଡର-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉକ୍ତ ଉଦଯାପନୀ ମ୍ୟାଚ ରେ ନୂଆ କ୍ରିକେଟ ଦଳ ଓ ଖଜୁରିଆକଟା କ୍ରିକେଟ ଦଳ ଫାଇନାଲ ମ୍ୟାଚ କୁ ଉତ୍ତିର୍ଣ୍ଣ ହୋଇ ସାମ୍ନାସାମ୍ନି ହୋଇଥିଲେ ।

ଖଜୁରିଆକଟା କ୍ରିକେଟ ଦଳ ଟସ୍ ବିଜୟୀ ହୋଇ ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇଥିଲା ।୧୩ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ଖଜୁରିଆକଟା କ୍ରିକେଟ ଦଳ ତାର ସମସ୍ତ ୱିକେଟ ହରାଇ ୯୮ ରନ୍ କରିବାରେ ସକ୍ଷମ ହୋଇଥିଲା ।

୯୯ ରନର ବିଜୟ ଲକ୍ଷ୍ୟକୁ ପିଛାକରି ନୂଆ କ୍ରିକେଟ ଦଳ ୧୩ ଓଭରରେ ୫ ଗୋଟି ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଥିଲା ।ମୂଖ୍ଯ ଅତିଥିଭାବେ ମଣ୍ଟୁ,ଦିପୁ,ବିରେନ,ଭାଇ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ହରିଶ ଓ ସୁବ୍ରତ ଖେଳକୁ ପରିଚାଳନା କରିଥିବା ବେଳେ ଘନଶ୍ୟାମ, ସନ୍ତୋଷ ସ୍କୋର ଦାୟିତ୍ବ ବହନ କରିଥିଲେ ।ଧାରାବିବରଣି ଅଶୋକ କରିଥିଲେ।

new life
You might also like
error: Content is protected !!