News
WhatsApp Image 2023-10-04 at 17.25.00
samparksetu

ସହାୟତା ଆଶାରେ ପୁରା ପରିବାର !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଆଦିପୁରା ଗ୍ରାମର ରୋହିତ ନାଏକ (୪୨) । ସେ ଜଣେ ବାଦ୍ୟକାର ଭାବେ ବେଶ୍ ପରିଚିତ ଗାଁ ଗହଳିରେ ।

ନିଖୂଣ ବାଦ୍ୟ ପରିବେଷଣ କରି ୨୦୦୬ ମସିହାରେ ରାଜ୍ଯ କଳା ବିକାଶ ପରିଷଦ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ଦଇବର ଲେଖନୀ ଥିଲା କିନ୍ତୁ ଅଲଗା । ତିନି ବର୍ଷ ତଳେ ହଠାତ୍ ପକ୍ଷାଘାତରେ ଆକ୍ରାନ୍ତ ହୋଇଗଲା ପରେ ପରିବାରର ବୋଝ ମୁଣ୍ଡାଉ ଥିବା ମନିଷଟି ପରିବାର ପାଈଁ ବୋଝ ପାଲଟିଛି ।

ପରିବାର କହିଲେ ରୋହିତ ନାଏକ, ତାଙ୍କ ପତ୍ନୀ ଦର୍ପଣୀ ନାଏକ ଓ ଦୁଇ ପୁଅ ଭିତରୁ ବଡ ପୁଅ କୁନାଲ ନାଏକ(୨୬), ସାନ ପୁଅ କାହ୍ନୁ ନାଏକ , ଦୁଇ ପୁଅ ଏବେ ବିବାହିତ । ପିତା ପକ୍ଷାଘାତ ରେ ଆକ୍ରାନ୍ତ ପରେ ସରକାର ଙ୍କ ତରଫରୁ ୭୦ ପ୍ରତିଶତ ଭିନ୍ନକ୍ଷମ ପରିଚୟ ପତ୍ର କରିବା ସହ ଭତ୍ତା ପ୍ରଦାନ କରିଛନ୍ତି । ବଡ ପୁଅ କୁନାଲ ଏବେ ପରିସ୍ରା ଇଫେକ୍ସନ୍ ରେ ଆକ୍ରାନ୍ତ ହେବା ପରେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି ।

ଭତ୍ତା ଓ ରାସନ୍ ଭରଷାରେ ଚଳୁଛନ୍ତି ଛଅପ୍ରାଣୀ କୁଟୁମ୍ବ । କିଛି ବର୍ଷ ତଳେ ଆବାସ ଯୋଜନାରେ ଘର ପାଇଥିଲେ ହେଲେ ପରିବାର ର ଏହି ଦୁଃଖର ଦୁର୍ଦ୍ଦଶା ଯୋଗୁ ଘରକୁ ସମ୍ପୂର୍ଣ୍ଣ କରି ପାରିନଥିବାରୁ ଭଙ୍ଗା ସାଧ ଚାଳ ଘରେ ଛଅପ୍ରାଣୀ କୁଟୁମ୍ବ ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷା ଦିନ ଆସିଲେ ନାହିଁ ନଥିବା ସମୁଖୀନ ହେଉଛନ୍ତି । ପୁନର୍ବାର ଆବାସ ଯୋଜନା ରେ ସାମିଲ୍ ହେଲେ ଘର କରିପାରିବେ ବୋଲି ଆଶା ବାନ୍ଧିବା ସହ ବଡ ପୁଅ କୁ ଚିକିତ୍ସା ଯୋଗାଇ ଦେବା ସହ ଅନ୍ତୋଦୟ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି ।

new life
You might also like
error: Content is protected !!