News
WhatsApp Image 2023-10-04 at 17.25.00
samparksetu

ପାଣି ବୁନ୍ଦେ ପାଇଁ ଡହକ ବିକଳ ହେଉଛନ୍ତି ଗ୍ରାମ ବାସୀ, ପ୍ରସାଶନ ଚୁପ

ଖରାଦିନ ଆସିଲେ ଚିନ୍ତା ମାଡି ବସୁଛି ପାଣି ବୁନ୍ଦେ ପାଇଁ । ପିଇବା ପାଣି ଟିକେ ପାଇଁ ଛଟପଟ ହେଉଛନ୍ତି ଗ୍ରାମବାସି ମାନେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ,ଗ୍ରାମରେ ଦୁଇ ଗୋଟି ଓଭର ହେଡ ପାଣି ଟାଙ୍କି ଓ ଗ୍ରାମର ସବୁ ସାହିକି ପାଇପ ସଂଯୋଗ ଥାଇ ମଧ୍ୟ ପାଣି ଟିକେ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମ ବାସୀ ।

ନଳକୂପ ସବୁ ଖରାପ ହୋଇ ପଡ଼ିଥିବା ବେଳେ ନିଦା ବିଷ୍ଣୁ ସାଜି ବସିଛନ୍ତି ବ୍ଲକ କର୍ମଚାରୀ ବାବୁ ମାନେ । ସରକାର ବସୁଧା ଯୋଜନାରେ ଇନ୍ଦିପୁର ପଞ୍ଚାୟତରେ ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଣି ଟାଙ୍କି ତିଆରି କରିଥିଲେ ମଧ୍ୟ ପଞ୍ଚାୟତରେ ପାଣି ଟିକେ ପଞ୍ଚାୟତ ବାସୀ ପାଉ ନାହାନ୍ତି ।

ଯଦି ଆଗାମୀ ଦିନରେ ଗାଁକୁ ଆସିଥିବା ଓଭର ହେଡ ପାଣି ଟାଙ୍କିରୁ ପାଣି ପାଇପରେ ପାଣି ନଆସେ ତେବେ ଗ୍ରାମବାସୀ ସବୁ ଏକାଠି ହୋଇ ପଞ୍ଚାୟତ ତାଲା ପକାଇବା ସହିତ ଜାତୀୟ ରାଜପଥକୁ ଓଲ୍ହାଇବେ ବୋଲି ଦାବି କରିଛନ୍ତି ।

new life
You might also like
error: Content is protected !!