News
WhatsApp Image 2023-10-04 at 17.25.00
samparksetu

ଗୋଲେଇ ଛକ କିମ୍ଵା ଓଭରବ୍ରିଜ ଦାବିନେଇ ମହିଷାପାଟ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ ; ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ

୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମନମାନୀ ଯୋଗୁଁ ରାଜପଥର ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଛନ୍ତି ।

ଏହାର ପ୍ରତିବାଦରେ ଢେଙ୍କାନାଳ ସହରର ମହିଷାପାଟ ବାଇପାସ ଛକରେ ସ୍ଥାନୀୟ ଲୋକମାନେ ପଥର ରଖି ଏନଏଚ-୫୫କୁ ଅବରୋଧ କରିଥିଲେ ।

ଗୋଲେଇ ଟ୍ରାଫିକ ନିର୍ମାଣ ଦାବି ଏବଂ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିଲେ। ଫଳରେ ରାଜପଥର ଦୁଇ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଥିବଲା । ଖବର ପାଇ ଟାଉନ ପୋଲିସ ଏବଂ ବିଭାଗୀୟ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଥିଲା ।

new life
You might also like
error: Content is protected !!