News
WhatsApp Image 2023-10-04 at 17.25.00
samparksetu

ଜଳକଷ୍ଟ ରେ ତାଳବରକୋଟ ପଞ୍ଚାୟତ ବାସୀ !

ସରୁନି ପ୍ରକଳ୍ପ ,ମିଳୁନି ପାଣି , ୪ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡିଛି ପ୍ରକଳ୍ପ କାର୍ଯ୍ଯ ।

ଗ୍ରାମାଞ୍ଚଳ ବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା । ଏଥିଲାଗି ଖର୍ଚ୍ଚ ହୋଇଛି ଅଜସ୍ର ଟଙ୍କା ।ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଓଭରହେଡ୍ ପାଣିଟାଙ୍କି ନିର୍ମାଣ ଚାଲିଛି ।ଭୂତଳ ପାଇପ ବିଛାଇ ଘର ଯାଏ ପାଣି ବିଛାଇ ଘର ଯାଏ ପାଣି ପହଞ୍ଚାଇବା ସୁବିଧା କରାଯାଇଛି ।ତଥାପି ବିଶୁଦ୍ଧ ଜଳ ବୁନ୍ଦାଏ ପାଇ ପାରୁନାହାଁନ୍ତି ଲୋକେ ।

ଏଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ତାଳବରକୋଟ ପଞ୍ଚାୟତରେ । ପ୍ରକଳ୍ପ ନିର୍ମାଣର ୪ ବର୍ଷ ପରେ ବି ଅଞ୍ଚଳ ବାସୀ ପାଣି ପାଇବାରୁ ବଞ୍ଚିତ୍ତ ହୋଇ ରହିଛନ୍ତି ।ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।ତୁରନ୍ତ ପ୍ରକଳ୍ପ କାର୍ଯ୍ଯକ୍ଷମ କରିବା ଦାବିରେ ସ୍ଥାନୀୟ ସରପଞ୍ଚ ୫-ଟି ସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି ।ବସୁଧା ଯୋଜନାରେ ତାଳବରକୋଟ ପଞ୍ଚାୟତର ବାଉଁଶପାଟଣା,ତଇଳାସାହି ,ସିଆରିଆ,ନୂଆସାହି ଏବଂ ଖୁଣ୍ଟକଟା ସାହିକୁ ପାନୀୟଜଳ ଯୋଗାଣ କରିବା ଲକ୍ଷ୍ୟ ରଖାଯାଇଥିଲା । ଏଥିଲାଗି ବାଉଁଶପାଟଣାରେ ୨୦୧୮ ରେ ଆରମ୍ଭ ହୋଇଥିଲା ଓଭରହେଡ୍ ଟାଙ୍କି ନିର୍ମାଣ। ୨୦୧୯ ରେ ପାଇପ ବିଛାଯାଇଥିଲା ।ତେବେ କୌଣସି କାରଣରୁ ୨୦୨୦ ରେ ହଠାତ ବିନା ସୂଚନାରେ ପ୍ରକଳ୍ପ କାର୍ଯ୍ଯ ବନ୍ଦ କରି ଦିଆଯାଇଥିଲା ।

ଏହାପରେ ଟାଙ୍କି ପୂର୍ଣ୍ଣାଙ୍ଗ ଋପ ନେଇପାରୁଛି ନା ଜଳଯୋଗାଣ ହୋଇପାରୁଛି ।ପାଇପ ଗୁଡିକ ଠିକ ଗଭୀରତାରେ ମାଟିତଳେ ପୋତାଯାଇ ନାହିଁ। ଯାନବାହାନ ଚଳାଚଳ କରିବା ଦ୍ବାରା ସେଗୁଡିକ ଫାଟି ଗଲାଣି । ପ୍ରକଳ୍ପ କାର୍ଯ୍ଯ ନିମ୍ନ ମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଯାହା ତଦନ୍ତ ସାପେକ୍ଷ। ଅନ୍ୟପଟେ ଖରାଦିନ ଆରମ୍ଭରୁ ଅଞ୍ଚଳରେ ଜଳକଷ୍ଟ ଦେଖା ଦେଲାଣି ।ଖୁଣ୍ଟକଟା ସାହି , ସିଆରିଆ, ନୂଆସାହିରୁ କୂଅ ପୋଖରୀ ଶୁଖିବାକୁ ବସିଲାଣି ।

ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି ।ତଥାପି ଏହାର ସମାଧାନ ହେଉ ନଥିବା ଗ୍ରାମବାସୀ କହିଛନ୍ତି ।ଏ ସଂକ୍ରାନ୍ତ ରେ ସରପଞ୍ଚ ଶ୍ରୀଯୁକ୍ତ ହେମନ୍ତ ଜେନା କୁହନ୍ତି, ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର କହିବା ସତ୍ବେ ପ୍ରକଳ୍ପ କାର୍ଯ୍ଯ ସମ୍ପୂର୍ଣ୍ଣ ହୋଇପାରୁନାହିଁ।

ବାଧ୍ଯ ହୋଇ ୫-ଟି ସଚିବଙ୍କୁ ପତ୍ର ଲେଖାଯାଇଛି ।ପଞ୍ଚାୟତର ଭୌଗୋଳିକ ଅବସ୍ଥାକୁ ନଜରରେ ରଖି ପ୍ରକଳ୍ପ ନିର୍ମାଣ କରିବାକୁ ପରାମର୍ଶ ଦିଆଯାଇଥିଲା ।ଏହାକୁ ଅଣଦେଖା କରାଯାଇଛି ।ତେଣୁ ଏପରି ସମସ୍ୟା ଉପୁଜୁଥିବା ସରପଞ୍ଚ ଅଭିଯୋଗ କରିଛନ୍ତି ।

ଏ ସଂକ୍ରାନ୍ତ ରେ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ କ୍ଷେତ୍ରବାସୀ ବେହେରା କୁହନ୍ତି , ପ୍ରକଳ୍ପ ଲାଗି ବୋରୱେଲ ଖନନ ହୋଇନାହିଁ। ଗତ ବୁଧବାର ସନ୍ଧ୍ୟାରେ ଏଥିଲାଗି ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ବୋରୱେଲ କରିବା ପରେ ପ୍ରକଳ୍ପ କାର୍ଯ୍ଯକ୍ଷମ ହେବ ।

new life
You might also like
error: Content is protected !!