News
WhatsApp Image 2023-10-04 at 17.25.00
samparksetu

ବିଶ୍ୱ ମହିଳା ଦିବସ ଅବସରରେ ଡାକମୋହର ଉନ୍ମୋଚିତ

ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଡାକମଣ୍ଡଳ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକ ବିଶେଷ ଡାକ ମୋହର ଉନ୍ମୋଚିତ ହୋଇଯାଇଅଛି।

ଆଜିର ଏହି ବିଶେଷ ମୋହର ଜରିଆରେ ମହିଳା ମାନଙ୍କର ସମସ୍ତ କ୍ଷେତ୍ରରେ ସମାନ ଅଧିକାର, ଆଉ ଦେଶର ବିକାଶ ପଥରେ ତାଙ୍କର ଅବଦାନ କିଛି କମ ନୁହଁ ବାର୍ତ୍ତା ର ପ୍ରଚାର ପ୍ରସାର କରିବା ହେଉଛି ମୁଖ୍ୟ ଉଦେଶ୍ୟ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ ମହିଳା କର୍ମୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଡାକମଣ୍ଡଳ ର ଅଧିକ୍ଷକ ଶ୍ରୀ ଯମ୍ବେଶ୍ୱର ଗଡନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟାଳୟର ସମସ୍ତ ମହିଳା କର୍ମୀ, ଡାକପାଳ ଅଶୋକ କୁମାର ନନ୍ଦ, ରାମଚନ୍ଦ୍ର ବେହେରା, ବସନ୍ତ ମଲ୍ଲିକ, ଦେବକାନ୍ତ ଦାଶ ଏବଂ ଦୀପ୍ତି ରଞ୍ଜନ ସାମନ୍ତ ଉପସ୍ଥିତ ଥିଲେ।

new life
You might also like
error: Content is protected !!