News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ସୁରକ୍ଷିତ ହେଲା ଅସୁରକ୍ଷିତ ବିଦ୍ୟୁତ୍ ଟ୍ରାନ୍ସଫର୍ମର

ଗଁଦିଆ ବ୍ଲକ୍ ଅନ୍ତର୍ଗତ ରାଇତଳା ପଞ୍ଚାୟତ ବାଲିଯୋରନ୍ଦା ଗ୍ରାମରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବହୁଦିନ ହେବ ବିପଦ ସଙ୍କୁଳ ଅବସ୍ଥାରେ ପଡିଥିଲା , ଟ୍ରାନ୍ସଫର୍ମର ଚାରି ପାଖରେ ଗଛ ଲତା ମାଡି ଯାଇଥିବା ବେଳେ ଟ୍ରାନ୍ସଫର୍ମର ର ଫ୍ୟୁଜ ସେକସନ ଟି ବହୁ ତଳେ ଥିବାରୁ ଧନ ଜୀଵନ ହାନି ହେବାର ଆଶଙ୍କା ଥିଲା ।

ଏହି ସମସ୍ୟା କିଛିଦିନ ତଳେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା , ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ଉକ୍ତ ଟ୍ରାନ୍ସଫର୍ମର ର ଚାରି ପାଖ ସଫେଇ କରିବା ସହ ଫ୍ୟୁଜ ସେକସନ କୁ ୭ ଫୁଟ ଉଚ୍ଚକୁ ଉଠା ଯାଇଛି , ଯାହା ଫଳରେ ଉକ୍ତ ଟ୍ରାନ୍ସଫର୍ମର ଟି ବର୍ତ୍ତମାନ ପଥଚାରି ଙ୍କ ପାଇଁ ସୁରକ୍ଷିତ ।

new life
You might also like
error: Content is protected !!