News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ କାମାକ୍ଷାନଗରର ବିଶିଷ୍ଟ ଠିକାଦାର ଗୁରୁତର!

ଢେଙ୍କାନାଳ-କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ମହୁଲପାଳ ନିକଟରେ ଆଜି ସନ୍ଧ୍ୟାରେ ରାସ୍ତା ଦୁର୍ଘଟଣାରେ କାମାକ୍ଷାନଗର ନିବାସୀ ପୃଥ୍ୱୀରାଜ ମିଶ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଶ୍ରୀ ମିଶ୍ର ହେଉଛନ୍ତି ସ୍ବର୍ଗତ ପ୍ରଶାସନିକ ଅଧିକାରୀ ଶ୍ରୀ ଧନେଶ୍ଵର ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର। ସେ ଜଣେ ପ୍ରଥମ ଶ୍ରେଣୀ ଠିକାଦାର। ଆଜି ସନ୍ଧ୍ୟାରେ ସେ ଏକ ସ୍କୁଟିରେ କାମ ସାରି କାମାକ୍ଷାନଗର ଆଳୁତମା ସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି।

ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ କାମାକ୍ଷାନଗର ଡାକ୍ତରଖାନାରେ ଶୁଭେଚ୍ଛୁଙ୍କୁ ଭିଡ଼ ଜମିଥିଲା। ପରିସ୍ଥିତି ଗମ୍ଭୀର ଥିବାରୁ ଡାକ୍ତର ତାଙ୍କୁ କଟକ ରେଫର କରିଛନ୍ତି।

new life
You might also like
error: Content is protected !!