News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ଆଳତୁମା ଗାଁରେ କୂଅ ଖୋଳୁଥିବା ବେଳେ ଅଘଟଣ, ଅତଡାରେ ଚାପି ହୋଇ ଜଣେ ଶ୍ରମିକ ମୃତ ,୩ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ କୂଅ ଖୋଳୁଥିବା ବେଳେ ଅଘଟଣ। ଅତଡା ଖସି ଚାପିହୋଇ ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ଦିଗୁଡିଆ ସାହିର ଧୁଳିଆ ମଲ୍ଲୀକ ବୋଲି ସୂଚନା ମିଳିଛି ।

କାମାକ୍ଷାନଗର ଅଗ୍ନୀଶମ ବାହିନି ପହଂଚିବା ସହିତ ୩ଟି ଜେସିବି ମେସିନ୍ ସାହାର୍ଯ୍ୟ ରେ ଉଦ୍ଧାର କାର୍ଯ୍ୟ କରିଥିଲା ।

ସୂଚନାଯୋଗ୍ୟ କି , ଆଜି ସକାଳୁ କାମାକ୍ଷାନଗର ଦିଗୁଡ଼ିଆ ସାହିର ୫ଜଣ ଶ୍ରମିକ କୂଅ ଖୁଳିବାକୁ ଆସିଥିଲେ ।ସେମାନେ ହେଲେ ଦେବରାଜ ମଳିକ, ଅଜୁ ମଳିକ,ରୁହିତ ମଳିକ,ଟୁଲୁ ମଳିକ ଓ କୂଅ ଭିତରେ ଚାପି ହୋଇ ରହି ଯାଇଥିବା ଧୁଳିଆ ମଳିକ ।ଏହା ପୁରୁଣା କୂଅ ଥିବାବେଳେ ପାଣି କମିଯିବାରୁ ଆଉ ଅଧିକ ଖୋଲିବା ବେଳେ ଘଟିଥିଲା ଅଘଟଣ ।

ଘଟଣାଟି ସକାଳ ପ୍ରାୟ ୮ଟା ୩୦ ବେଳକୁ ଘଟିଥିବା ବେଳକୁ ଦିନ ୧୧ଟା ୩୦ ପରେ ମାଟି ତଳୁ ମୃତ ଦେହକୁ ଅଗ୍ନିସମ ବାହିନୀ ଉଦ୍ଧାର କରିଥିଲେ ।ପରେ ଶବକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ ନିଆ ଯାଇଛି ।ଘଟଣା ସ୍ଥଳରେ କାମାକ୍ଷାନଗର ଉପଜିଲ୍ଲାପାଳ ଇଂ ଵିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ସଞ୍ଜୟ ରାଉତ,ଥାନା ଅଧିକାରୀ ଅଭିନବ ଡାଳୁଆ ଓ କାମାକ୍ଷାନଗର ପୋଲିସ ପହଂଚି ତଦନ୍ତ କରୁଛି ।

new life
You might also like
error: Content is protected !!