News
WhatsApp Image 2023-10-04 at 17.25.00
samparksetu

ରକ୍ତଦାନ ଶିବିର ଅନୁଷ୍ଠିତ ; ୫୧ ୟୁନିଟ ରକ୍ତ ସଂଗ୍ରହ

କାମାକ୍ଷାନଗର ବ୍ଲକ ଜିରିଡାମାଳି ଠାରେ ବିଜୁ ଯୁବ ଜନତା ଦଳ ଓ ଭବାନୀ କ୍ଳବ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l

ଅନ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଧର୍ମାନନ୍ଦ ପରିଡା ଉପସ୍ଥିତ ଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରକ୍ତ ଅଭାବରୁ ଯେମିତି କାହାର ଜୀବନ ନଯାଏ ସେଥିପାଇଁ ରାଜ୍ୟ ବ୍ୟାପି ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଛି l ଏହି ଶିବିର ରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l

new life
You might also like
error: Content is protected !!