News
WhatsApp Image 2023-10-04 at 17.25.00
samparksetu

ଟଙ୍କା ନଦେବାରୁ ବାପାକୁ ହାଣିଲା ପୁଅ !

ଟଙ୍କା ନଦେବାରୁ ବାପାକୁ ହାଣିଲା ପକାଇଲା ପୁଅ, ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ପାରିଖେଦା ଗ୍ରାମରେ ଗୁରୁତର ବାପାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ବାପାକୁ ହାଣିବା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି।

ସୂଚନା ଯୋଗ୍ୟ କି , ପୁଅ ଲିଙ୍ଗା ନାୟକ ମଦ୍ୟ ପାନ କରି ଗତ ରାତିରେ ଘରକୁ ଫେରିବା ପରେ ବାପାକୁ ଆଉ ଟଙ୍କା ମାଗିଥିଲା । ମାତ୍ର ବାପା ଚୈତନ୍ୟ ନାୟକ ମନା କରିବାରୁ ଉକ୍ଷିପ୍ତ ହୋଇ ଘରେ ଥିବା ଏକ କଟୁରିରେ ବାପାକୁ ହାଣି ଦେଇଥିଲା । ଫଳରେ ବାପା ଗୁରୁତର ହୋଇଯାଇଥିଲେ ,ପରେ ପୁଅ ଲିଙ୍ଗ ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସଦର ପୁଲିସ ପହଂଚି ଆକ୍ରମଣରେ ବ୍ୟବହୃତ କଟୁରି ଜବତ କରି ତଦନ୍ତ ଜାରି ରଖିଛି ।

ଗୁରୁତର ବାପାଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ , ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!