News
WhatsApp Image 2023-10-04 at 17.25.00
samparksetu

ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଅନ୍ତର୍ଜାତିକ ମହିଳା ଦିବସ ପାଳିତ

ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଢେଙ୍କାନାଳ ନରେନ୍ଦ୍ରପୁର ସ୍ଥିତ ପ୍ଳାଣ୍ଟ ତରଫରୁ ସ୍ଥାନୀୟ ଗ୍ରାମରୁ ସଫଳ ମହିଳା ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ କରାଯାଇଛି ।ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ଯକ୍ରମରେ ମୂଖ୍ଯ ଅତିଥି ଭାବେ ଯୋଗଦେଇ ଅନୁଗୁଳ ଉପଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ବିଶିଷ୍ଟ,ରାଜ୍ଯ ସରକାରଙ୍କର ଜନସ୍ବାସ୍ଥ୍ୟ ବିଭାଗରୁ ଡଃ ପାୟଲ ଦାସ, ଡଃ ସୁରଞ୍ଜିତ ହଜାରିକା,ଏବଂ ଜଳବାୟୁ ସଂସଦର ରାଜ୍ଯ ସଂଯୋଜିକା ଶ୍ରୀମତୀ ଇତିଶ୍ରୀ କାନୁନଗୋ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ଟାଟାଷ୍ଟିଲ ବିଏସ୍ଏଲ୍ ସହାୟତାରେ ଗୃହଲକ୍ଷ୍ମୀ କୋଅପରେଟିଭ ଅଧିନରେ ହିନ୍ଦୋଳ, ବଅଁରପାଳ, ଓଡାପଡା ବ୍ଳକର ସଫଳ ମହିଳା ଉଦ୍ୟୋଗୀ ମାନଙ୍କୁ ଛତୁଚାଷ,ମାସ୍କ ତିଆରି,ତେଜରାତି, ବସ୍ତ୍ରାଳୟ,ଅଣ୍ଡା,ଧୂପକାଠି ପରିବାର ବ୍ୟବସାୟ ଆଦି ସିଲାଇ ଦୋକାନ କରି ବିଭିନ୍ନ କ୍ଷେତ୍ରରେ ନିଜକୁ ଅର୍ଥ ନୀତିକକ୍ଷେତ୍ରରେ ସୁଦୃଢ କରିପାରିଥିବା ୧୪ ସଫଳ ମହିଳା ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। କମ୍ପାନୀ ସହାୟତାରେ ୧୫୦ ରୁ ଉର୍ଦ୍ଧ୍ବ ସ୍ବୟଂସହାୟକ ଗୋଷ୍ଠୀର ମହିଳା ସଦସ୍ଯ ମାନେ ଏହି ଗୃହଲକ୍ଷ୍ମୀ କୋଅପରେଟିଭ ଗଢିଛନ୍ତି।

ଏତଦବ୍ୟତୀତ ଫିନାଇଲ ତିଆରି କରୁଥିବା ନୂଆହାଟ ପଞ୍ଚାୟତର “ମା ତାରିଣୀ ସ୍ବୟଂସହାୟକ ଗୋଷ୍ଠୀ ” କୁଶପଙ୍ଗା ପଞ୍ଚାୟତରୁ “ଶକ୍ତି ମା ଅର୍ଣ୍ଣପୂର୍ଣ୍ଣା ସ୍ବୟଂସହାୟକ ଗୋଷ୍ଠୀ ଏବଂ ମାଛଚାଷ କରୁଥିବା ନୂଆଗାଁ ପଞ୍ଚାୟତର “ବନଦୂର୍ଗା” ସଫଳ ସ୍ବୟଂସହାୟକ ଗୋଷ୍ଠୀକୁ ସମ୍ମାନିତ କରାଯାଇଛି ।କମ୍ପାନୀର ମହିଳା ଅଧିକାରୀ ତଥା ପରିବେଶ ବିଭାଗ ପରିଚାଳନା ଅଧିକାରୀ ମୌତ୍ରୀ ଦେବ୍,ସିଏସ୍ଆର୍ ବିଭାଗର ବରିଷ୍ଠ ପରିଚାଳନା ଅଧିକାରୀ ଶ୍ରୀମତୀ ରେଣୁକା ସିଂ, ବିଭାଗର ଅନ୍ୟତମ ଅଧିକାରୀ ସ୍ଵାଗତିକା ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

କୋଭିଡ-୧୯ କୁ ଦୃଷ୍ଟିରେ ରଖି ସିଏସ୍ଆର୍ ବିଭାଗ ଦ୍ବାରା କୌଣସିପ୍ରକାର ବଡ ସମାବେଶ ନକରି ଛୋଟଛୋଟ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ୭ ଦିନ ଧରି ମହିଳା ସପ୍ତାହ ଭାବେ ପାଳନ କରାଯିବାକୁ ଯୋଜନା କରାଯାଇଛି ।ସେପରି ପ୍ଳାଣ୍ଟରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନଙ୍କୁ କୁଣ୍ଡ ସହିତ ଚାରା ଏବଂ ସେମାନଙ୍କ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କ ବାର୍ତ୍ତା ଥାଇ ଗ୍ରିଟିଙ୍ଗ୍ କାର୍ଡ ପ୍ରଦାନ କରାଯାଇଛି ।

new life
You might also like
error: Content is protected !!