News
WhatsApp Image 2023-10-04 at 17.25.00
samparksetu

ଗୋଟିଏ ରାତିରେ ୨ମନ୍ଦିରରୁ ଲୁଟ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛାଟିଆ ଗ୍ରାମରେ ଥିବା ତାରିଣୀ ମନ୍ଦିର ଓ ଶିବ ମନ୍ଦିରର ତାଲା ଭାଙ୍ଗି ଗତକାଲି ରାତିରେ ଲୁଟ ହୋଇଛି ।

ତାରିଣୀ ମନ୍ଦିର ହୁଣ୍ଡି ସହ ପାଖରେ ଥିବା ଶିବ ମନ୍ଦିର ହୁଣ୍ଡିକୁ ଭାଙ୍ଗି ଦକ୍ଷିଣା ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ।ଦୁର୍ବୃତ୍ତ ମାନେ ମନ୍ଦିରର ତାଲା ଭାଙ୍ଗି ତାରିଣୀ ମନ୍ଦିରରୁ ମା ଙ୍କର ଏକ ସୁନା ହାର, କାନ ଫୁଲ ଆଦି ଅଳଙ୍କାର ଲୁଟି ନେଇଛନ୍ତି । ଅପରପକ୍ଷେ ଉଭୟ ମନ୍ଦିରର ଘଣ୍ଟ ଘଣ୍ଟି , ହଣ୍ଡା ଓ ସମସ୍ତ ପିତ୍ତଳ ସାମଗ୍ରୀ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଆଜି ସକାଳେ ମନ୍ଦିର ପୂଜକ ପୂଜା କରିବାକୁ ଆସିବାରୁ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖି ଗ୍ରାମବାସୀଙ୍କ ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଥିଲା । ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!