News
WhatsApp Image 2023-10-04 at 17.25.00
samparksetu

କୋହଳ ହେଲା କଟକଣା, ୨୧ରୁ ମନ୍ଦିର ଦର୍ଶନ ପାଇଁ ବାଧ୍ୟତାମୂଳକ ନୁହେଁ କୋଭିଡ ରିପୋର୍ଟ

ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆହୁତ ବୈଠକରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସମସ୍ତ ମନ୍ଦିର ଚଳିତ ମାସ ୨୧ ତାରିଖ ଠାରୁ ଖୋଲା ଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ମନ୍ଦିରରେ ଦିଅଁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ବାଧ୍ୟ ହୋଇଥିଲା ।

କରୋନା ଟିକା ଆସିବା ସହ ଏହା ନିୟନ୍ତ୍ରଣାଧୀନ ରହିବା ହେତୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି । ତେବେ ଦର୍ଶନ ସମୟରେ ପୂର୍ବ ପରି ସାମାଜିକ ଦୂରତା ମାନିବା ସହ ମାସ୍କ ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ କରାଯିବା ଜରୁରୀ ।

ଶ୍ରଦ୍ଧାଳୁମାନେ ମନ୍ଦିର ଗଲାବେଳେ କୌଣସି ଭୋଗ ବା ପୂଜା ସାମଗ୍ରୀ ସାଥିରେ ଧରି ଯିବେ ନାହିଁ, କେବଳ ଦର୍ଶନ ପାଇଁ ଅନୁମତି ଦିଆଯିବ । ଅଧିକ ଭିଡ ପରିଲକ୍ଷିତ ହେଉଥିବା ମନ୍ଦିରଗୁଡିକର ପ୍ରବେଶ ଦ୍ଵାର ରେ ଥର୍ମାଲ ସ୍କ୍ରିନିଙ୍ଗ କରାଯିବ । ଜିଲ୍ଲାର ସମସ୍ତ ମନ୍ଦିର ସକାଳ ୭ଟାରୁ ଅପରାହ୍ନ ୫ଟାଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଜିଲ୍ଲାପାଳଙ୍କ ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ରଥ, ସଂସ୍କୃତି ସଂଯୋଜକ ଶ୍ରୀ ଅବନୀ କୁମାର ମିଶ୍ର, ସମ୍ପର୍କ ଅଧିକାରୀ ଶ୍ରୀ ଶୁଶାନ୍ତ କୁମାର ମିଶ୍ର, ସଦସ୍ୟ ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!