News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫେରାଦ

ଆଧୁନିକ ଯୁଗରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏକ ଅପରିହାର୍ଯ୍ୟ। ଛାତ୍ର ଛାତ୍ରୀମାନଙ୍କ ପାଠ ପଢା ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା ସମୟରେ ଏହାର ଆବଶ୍ୟକତା ଅନୁଭବ କରି ସରକାର ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ହେବା ସହ କୋଟି କୋଟି ଟଙ୍କା ବ୍ୟୟରେ କମ୍ପୁଟର ଲ୍ଯାବ ସ୍ଥାପନ କରାଯାଇଥିଲା।

ତେବେ ଏହି କମ୍ପ୍ୟୁଟର ଗୁଡିକ ଏବେ ଖତ ହେବାକୁ ବସିଛି। କମ୍ପ୍ୟୁଟର ଶିକ୍ଷକମାନଙ୍କ ଛଟେଇ ପରେ ଏମାନେ ବେକାର ହୋଇ ବୁଲୁଛନ୍ତି।

ଆଜି ଏହି ଶିକ୍ଷକମାନେ ପାଞ୍ଚ ଦଫା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ଶିକ୍ଷକମାନଙ୍କୁ(ଆଇ.ସି.ଟି.ର ଇ.ବିଦ୍ଯାଳୟ ଯୋଜନାରେ ଚାରି ବର୍ଷ ଧରି କାମ କରିଥିବା) ପୁନଃ ନିଯୁକ୍ତି, କୌଣସି ଘରୋଇ ସଂସ୍ଥାକୁ ଟେକିଦିଆନଯାଇ ସମସ୍ତଙ୍କୁ ସରକାରୀ ସ୍ତରରେ ନିଯୁକ୍ତି, ଏହି ଆଇ.ସି.ଟି. ଇ.ବିଦ୍ଯାଳୟ ଯୋଜନାକୁ ଘରୋଇ କରଣ କରା ନଯାଇ ସରକାରଙ୍କ ଦ୍ଵାରା ପରିଚାଳନା, ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ, ଓଡ଼ିଶାର ସମସ୍ତ ବିଦ୍ୟାଳୟରେ ଏହି ଇ. ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବା ପ୍ରମୁଖ ଦାବି ରଖିଥିବା ଜଣାପଡିଛି।

new life
You might also like
error: Content is protected !!