News
WhatsApp Image 2023-10-04 at 17.25.00
samparksetu

ଶିଶୁ ପୁତ୍ରକୁ ଛାଡି ଚାଲିଯାଇଥିବା ଦମ୍ପତ୍ତିଙ୍କର ଉଦ୍ଧାର ପରେ ମହିଳାଙ୍କ ମୃତ୍ୟୁ !

କାମାକ୍ଷାନଗର ଥାନା ଅନ୍ତର୍ଗତ ଭଣ୍ଡାରିଆ ଗାଁ ର ଶିଶିର ପ୍ରଧାନଙ୍କ ସ୍ତ୍ରୀ ଗତ ୬ ତାରିଖ ଶନିବାର ଦିନ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁ ପୁତ୍ର ଟି ଅସୁସ୍ଥ ଥିବାରୁ ତାକୁ ନିଉ ବର୍ଣ୍ଣ ଓ୍ବାର୍ଡରେ ରଖାଯାଇଥିଲା। ଏହି ଓ୍ବାର୍ଡ ମଧ୍ୟକୁ ପ୍ରବେଶ ମନା ଥିବାରୁ ମାଆ ଠାରୁ କ୍ଷୀର ସଂଗ୍ରହ କରି ଶିଶୁକୁ ଦିଆଯାଉଥିଲା। ଉଭୟ ଦମ୍ପତି ଡାକ୍ତରଖାନାରେ ଏହି ସମୟରେ ଥିଲେ। ତେବେ ଗୁରୁବାର ଦିନ ହଠାତ୍ ଉଭୟ ନିଖୋଜ ହୋଇଯାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ କୁ ଜଣାଇଥିଲେ। ଉଭୟ ଦମ୍ପତ୍ତିଙ୍କୁ ଉଲଗ୍ନ ଅବସ୍ଥାରେ ସଦର ଥାନା ଅନ୍ତର୍ଗତ ହରିପୁରର ଏକ ବୁଦା ମୂଳରୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ସମୟରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ସ୍ବାସ୍ଥ୍ୟ ଖରାପ ଥିଲା। ମହିଳାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତରିତ କରିଥିଲେ। ତେବେ ସେଠାରେ ମହିଳାଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳରେ ଚିକିତ୍ସିତ ହେଉଥିବା ଶିଶିର ଚିକିତ୍ସା ସମୟରେ ବାନ୍ତି କରିବା ପରେ ଚେତା ଫେରିପାଇଛନ୍ତି।

ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ଏକ ବିଷ ପାଇଁ ଉଭୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସେମାନେ ନିଶା ପାଇଁ କୌଣସି ଜିନିଷ ସେବନ କରିଥିବା ଅନୁମାନ କରାଯାଉଛି। ଏ ବିଷୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ସ୍ବାମୀ ଶିଶିର ପାଖରୁ କୌଣସି ସୂଚନା ମିଳିନାହିଁ। ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଅନୁମାନ।

new life
You might also like
error: Content is protected !!