News
WhatsApp Image 2023-10-04 at 17.25.00
samparksetu

୫୩ ନଂ ଜାତୀୟ ରାଜପଥରେ ନିମ୍ନ ମାନର କାମ ହେତୁ ଜନ ଅସନ୍ତୋଷ ବୃଦ୍ଧି

ଢେ଼ଙ୍କାନାଳ ଜିଲ୍ଲା ର ପିଟିରି ରୁ ଡୁବୁରି ପର୍ଯ୍ୟନ୍ତ ଚାଲିଥିବା ୫୩ନଂ ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବା ମାଳପୁରା ରୁ ବାଇସିଙ୍ଗା ଲୁଣି ରେ ହେଉଥିବା କାର୍ଯ ସଂମ୍ପୂର୍ଣ୍ଣ ନିମ୍ନ ମାନର ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କାମାକ୍ଷାନଗର ଠାରୁ ଡୁବୁରି ପର୍ଯ୍ୟନ୍ତ ଠିକା ସଂସ୍ଥା କରୁଥିବା କାର୍ଯ୍ୟ ଅତ୍ଯନ୍ତ ନିମ୍ନମାନର କାର୍ଯ୍ୟ ହେଉଥିବାର ଦେଖାଯାଇଛି ।

ମାଳପୁରା ରୁ ବାଇସିଙ୍ଗା ଓଭର ବ୍ରିଜ୍ କାର୍ଯ୍ୟ ଚାଲିଥିବା ବେଳେ କଇରା ପଥର ପକାଇ ଜେଣ ତେଣ ପ୍ରକାର ର କାର୍ଯ୍ୟ ଶେଷ କରିଦେବାର ଚେଷ୍ଟା କରୁଥିବାରୁ ଏହାକୁ ଦେଖି ମାଳପୁରା ର କିଛି ସ୍ଥାନୀୟ ବାସିନ୍ଦା ଏହିଭଳି ନିମ୍ନ ମାନର କାର୍ଯ୍ୟ କୁ ଦେଖି ବିରୋଧ କରି ଏନ୍ ଏଚ କର୍ତ୍ତୃପକ୍ଷ ଙ୍କୁ ସୂଚନା ଦେଇଥିଲେ ସୂଚନା ପାଇବା ପରେ ଏନ୍ ଏଚ କର୍ତ୍ତୁପକ୍ଷ ଠିକା କମ୍ପାନୀ ଅଧିକାରୀ ମାନଙ୍କୁ ତାଗିଦ କରିବା ପରେ ଠିକା କମ୍ପାନୀ ଅଧିକାରୀ ମାନଙ୍କର ଲମ୍ବା ଲାଇନ ଲାଗିଥିଲା ,ଘଟଣା ସ୍ଥଳରେ ପହଂଚି ଜେସିବ ମେସିନ ସାହାଯ୍ୟରେ ଏହି କଇରା ପଥରକୁ ତୁରନ୍ତ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ପ୍ରଶ୍ନ ଉଠୁଛି ଅଧିକାରୀ ମାନେ ଏଭଳି ନିମ୍ନ ମାନର କାର୍ଯ୍ୟ କୁ ଏତେଦିନ ଧରି ଚାଲିଥିବା ବେଳେ କିଭଳି ସେମାନଙ୍କ ନଜରକୁ ଆସିନଥିଲା | ଯଦି ଏକ ଓଭରବ୍ରିଜ ଉପରେ ଏଭଳି କାର୍ଯ୍ୟ ଚାଲୁଥିବା ବେଳେ ମାଳପୁରା ଠାରୁ ଡୁବୁରି ପର୍ଯ୍ୟନ୍ତ ହୋଇଥିବା ରାସ୍ତା କେତେ ନିମ୍ନମାନର ହୋଇଥିବ ତାହା ସ୍ପଷ୍ଟ ଅନୁମୟ | ଏ ସଂପର୍କରେ ବାଲାଜୀ କନଷ୍ଟ୍ରକସନ ର ଅଧିକାରୀ ଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏକ ମନୁଷ୍ଯ କୃତ ଭୁଲ କହି ଉକ୍ତ ସ୍ଥାନ ଛାଡି ତୁରନ୍ତ ଚାଲି ଯାଇଥିଲେ |

new life
You might also like
error: Content is protected !!