News
WhatsApp Image 2023-10-04 at 17.25.00
samparksetu

ଉପାନ୍ତ ଅଞ୍ଚଳରେ ଆପ୍ ର ଗ୍ରାମ ସଭା

ଓଡାପଡା ବ୍ଲକ କୋତ୍ତମ ଗ୍ରାମ ପଞ୍ଚାୟତର ୫ନଂ ୱାର୍ଡ଼ ଖଇରା ସାହି ରେ ଆମ୍ ଆଦମୀ ପାର୍ଟି ର ଗ୍ରାମ ସଭା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଗ୍ରାମଟି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫,ଜିଲ୍ଲା ସଦର ମହକୁମା ଠାରୁ ୩୦ ଏବଂ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ l

ପ୍ରାୟ ୫୦ଟି ପରିବାର ଏବଂ ସମସ୍ତେ ଅନୁସୂଚିତ ଜନଜାତି ଶ୍ରେଣୀର l କେବଳ ପଞ୍ଚାୟତ ଭୋଟ ସମୟରେ କାଁ ଭାଁ କିଏ ପ୍ରଚାର କରିବାକୁ ଆସେ l ମାତ୍ର ବିଧାୟକ କିମ୍ବା ସାଂସଦଙ୍କ ପାଦ ପଡେ ନାହିଁ l ସରକାର ଅନେକ ଯୋଜନା କରି ଡିମ ଡିମ ପିଟୁଥିବା ବେଳେ ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ଉକ୍ତ ଗ୍ରାମକୁ ଖାଲ ଖମା ମାଟି କାଦୁଅ ରାସ୍ତା l ପୁରୁଣା କଟକ-ସମ୍ବଲପୁର ମୁଖ୍ୟ ରାସ୍ତା ଠାରୁ ମାତ୍ର ୩ କିଲୋମିଟର l ଏହି ବର୍ଷା ଦିନରେ ଆମ୍ବୁଲାନ୍ସ ବା ଅଗ୍ନିଶମ ଯାନ ସେଠାକୁ ଯିବା ଦୂରର କଥା, ବାଇକ ଟିଏ ମଧ୍ୟ ଯାଇପାରୁନି l ବର୍ଷା ଦିନେ ଅକସ୍ମାତ କାହାର ଦେହପା ଖରାପ ହେଲେ ପ୍ରାୟ ୩ କାଦୁଅ ମାଟି ରାସ୍ତା ଭାରରେ ବୋହିବା ତା ସହିତ ମଝିରେ ସାପୁଆ ନଦୀ ମଧ୍ୟ ପାର ହେବାକୁ ପଡେ l

ଏହି ବର୍ଷା ଦିନରେ ପ୍ରାୟ ୬ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହୁଏ, ଯାହାକି ବାହ୍ୟ ଜଗତଠାରୁ ଦୂରେଇ ରହେ ଏହି ଗ୍ରାମଟି l ଗ୍ରାମରେ ପ୍ରାୟ ଘର ମାଟି କାନ୍ଥ ସହିତ ଚାଳ ଛପର l ମୁଖ୍ୟ ପେଷା ହେଉଛି ଚାଷ ଓ ମୁଲ ମଜୁରୀ l ପାଖରେ ବେଲ ବଣିଆ ଜଙ୍ଗଲ ଯାହାକି ନରସିଂହପୁର ଜଙ୍ଗଲ ସହିତ ମିଶିଛି l ଚାଷୀ ମାନଙ୍କର ହାତୀ ଭୟ l ପାନୀୟ ଜଳ ପାଇଁ ଗୋଟିଏ ନଳ କୂପ l ଯାହାକି ପ୍ରାୟ ସମୟ ଖରାପ ରହିଥାଏ l ତେଣୁ ଗାଁ ଲୋକମାନଙ୍କ ଠାରୁ ଆରମ୍ଭ କରି ଅନ୍ୟ ଲୋକ ମାନେ ମଧ୍ୟ ସେହି ସାପୁଆ ନଦୀର ପାଣିକୁ ପାନୀୟ ଆକାରରେ ବ୍ୟବହାର କରିଥାନ୍ତି l ଅଙ୍ଗନବାଡି କେନ୍ଦ୍ରଟି ପ୍ରାୟ ୬ କିଲୋମିଟର l ଗାଁରେ ସ୍କୁଲ ଟିଏ ନାହିଁ l

ଏଥିରୁ ଶିକ୍ଷାର ପ୍ରଭାବ ଅନୁମେୟ l ଆପ୍ ର ଏକ ପ୍ରତିନିଧି ମଣ୍ଡଳୀ ବ୍ଲକ ଆବାହକ ରମେଶ ଚନ୍ଦ୍ର ପଣ୍ଡା, ସୋସିଆଲ ମିଡ଼ିଆ କର୍ମୀ ମହନ୍ତ ସାହୁ, ସରୋଜ କୁମାର ପଣ୍ଡା ଓ ପ୍ରଭାତ ମହାପାତ୍ର ଏବଂ ଗ୍ରାମ ସଭାପତି ନରେଶ ନାଏକ, ରମା ନାଏକ, ଅଶାନ୍ତି ନାଏକ, ଚିତ୍ତରଞ୍ଜନ ନାଏକ, ଖଇରା ନାଏକ, ଶରଧା ନାଏକଙ୍କ ସହିତ ଅନେକ ଗ୍ରାମବାସୀ ଏହି ସଭାରେ ଉପସ୍ଥିତ ଥିଲେ l ଏସବୁ ସମସ୍ୟାର ସମାଧାନ ପାଇଁ ଆସନ୍ତା ସପ୍ତାହରେ ଓଡାପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରlଯିବ ବୋଲି ଜିଲ୍ଲା ଆବାହକ ଶ୍ରୀ ନାୟକ ସୂଚନା ଦେଇଛନ୍ତି l

new life
You might also like
error: Content is protected !!