News
WhatsApp Image 2023-10-04 at 17.25.00
samparksetu

ଅଗ୍ନିକାଣ୍ଡ ରେ ଜଳିଗଲା ୩ ବଖରା ଘର

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ବଣସିଂହ ପଞ୍ଚାୟତ ପଶି ବଣସିଂହ ଗ୍ରାମରେ ଆଜି ଦିନ ପ୍ରାୟ ୧ଘଟିକା ସମୟରେ ଗ୍ରାମର କୁଦଣ୍ଡ ଧର ସ୍ୱାଇଁ ଙ୍କ ଘରେ ଅଚାନକ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ଅଗ୍ନିକାଣ୍ଡ ରେ ୩ବଖରା ଘର ଜଳିବାକୁ ଲାଗିଥିଲା ।

ପରେ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଢେଙ୍କାନାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ରେ ୩ ବଖରା ସହ ନଗଦ ୨୦ ହଜାର ଟଙ୍କା ଜଳି ଯାଇଥିବାର ସୂଚନା ମିଳିଛି । ସମୁଦାୟ ପ୍ରାୟ ୬୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ପରିବାର ଲୋକେ କହିଛନ୍ତି ।

କୁଦଣ୍ଡ ଜଣେ ଚାଷୀ ହୋଇଥିବା ବେଳେ ।ଘରେ ରୋଷେଇ ଚାଲିଥିବା ସମୟରେ ସଟସର୍କିଟ ଘଟି ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।

new life
You might also like
error: Content is protected !!