News
WhatsApp Image 2023-10-04 at 17.25.00
samparksetu

ଭାଗିରଥି ସାଗର ଭିତରେ ଖୋଳା ଯାଇଥିବା ସମସ୍ତ ପଙ୍କ ଓ ମାଟି ବାହାରକୁ ସ୍ଥାନାନ୍ତର ପାଇଁ ଦାବି

ଭାଗିରଥି ସାଗରର ପୁନଃରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଅନେକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି l ସେହି ବୈଠକରେ ପୌରାଧ୍ୟକ୍ଷା ଓ ଅନ୍ୟ ଦୁଇଜଣ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଉପସ୍ଥିତିରେ ପୌରପାଳିକା ସଭାଗୃହରେ ନିଷ୍ପତ୍ତି ନିଆଗଲା ଯେ ପୁଷ୍କରିଣୀ ମଧ୍ୟରୁ ସମସ୍ତ ପଙ୍କ ଓ ମାଟି ବାହାରକୁ ନିଆଯିବ l

ସେହି କ୍ରମରେ ଗତ ୧୭/୫/୨୦୨୪ ଦିନ ପୌର ଯନ୍ତ୍ରୀ, ପୌର ନିର୍ବାହୀ ଅଧିକାରୀ ଏବଂ ଭାଗିରଥି ସାଗର ସୁରକ୍ଷା ସମିତିର ସମ୍ପାଦକ, ସଭାପତି ଓ ସଦସ୍ୟ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଯେ ଅଚାନକ ବର୍ଷା ଦୃଷ୍ଟିରୁ ପଙ୍କ ମାଟି ଗୋଟିଏ କୋଣରେ ଜମାକରି ପରେ ନିଷ୍କାସନ କରାଯିବ l ମାତ୍ର କିଛି ମାଟିକୁ ଦକ୍ଷିଣ-ପୂର୍ବ କୋଣରେ ଜମା କରାଯାଇ ଆଉ କିଛି ମାଟି ପୁଷ୍କରିଣୀ ଭିତରେ ଚାରିପାଖରେ ପକାଯାଇ ପୋଖରୀର ଚତୁଃପାର୍ଶ୍ୱ ପ୍ରାୟ ୩୦ଫୁଟ୍ ପୋଖରୀ ପୋତାଯିବା ପ୍ରୟାସ ଅନୁମାନ କରାଯାଉଛି l

ଏହାକୁ ବିରୋଧ କରି ଉକ୍ତ ପଙ୍କ ଓ ମାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ସୁରକ୍ଷା ସମିତିର ଉପଦେଷ୍ଟା ପୂର୍ବତନ ପୌରାଧ୍ୟକ୍ଷ୍ୟ ତଥା ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ର, ସଭାପତି ପଙ୍କଜ ନାୟକ, ଉପସଭାପତି ମନ୍ମଥ ରାଓ, ଉଦୟ କୁମାର ବେହେରା, ସମ୍ପାଦକ ଅଶୋକ ସ୍ୱାଇଁ, ବିକାଶ କୁମାର ସ୍ୱାଇଁ, ଅବିନାଶ ସାହୁ, ସୁବ୍ରତ କୁମାର ହୋତା, ସୌମ୍ୟବ୍ରତ ସାହୁ ପ୍ରମୁଖ ପୌର ନିର୍ବାହୀ ଅଧିକାରୀ ଓ ପୌର ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ପୂର୍ବ ବୈଠକରେ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରାଯାଉ l ନଚେତ୍ ସମିତିର ସଦସ୍ୟ ବୃନ୍ଦ, ଭାଗିରଥି ସାଗରର ଚତୁଃପାର୍ଶ୍ୱରେ ବସବାସ କରୁଥିବା ଅଧିବାସୀ ଏବଂ ଢେଙ୍କାନାଳର ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନେ ଢେଙ୍କାନାଳର ଐତିହ୍ୟ ଭାଗିରଥି ସାଗରର ସୁରକ୍ଷା ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l

new life
You might also like
error: Content is protected !!