News
WhatsApp Image 2023-10-04 at 17.25.00
samparksetu

ଅସରାଏ ବର୍ଷାରେ ଗମନାଗମନ ଠପ୍ !

ଭାଲୁମୁଣ୍ଡା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ତୁମୁଁସିଙ୍ଗା ଥାନା ନିକଟରେ ଛଅ ସାତ ମାସ ହେଲା ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାହାକି ଏ ଯାଏଁ ଶେଷ ହୋଇ ନାହିଁ।

କାମାକ୍ଷାନଗର ବା ଢେଙ୍କାନାଳ ଯିବା ପାଇଁ ଏ ହେଉଛି ଏକ ମାତ୍ର ରାସ୍ତା। ଗତ ବର୍ଷ ଏହି ରାସ୍ତାର ଧୋବାବାହାଳି ଠାରୁ ଆଲୁଅଝରଣ ପର୍ଯ୍ୟନ୍ତ କାମ କରିବା ପାଇଁ ଠିକାଦାର ନିଯୁକ୍ତି ହୋଇଥିଲା। ଠିକାଦାରଙ୍କ ମନମୁଖୀ ଓ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବହୁତ ଥର ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୋଗ ମଧ୍ୟ କରିଛନ୍ତି। ତଥାପି ଏହା ଠିକାଦାର ବା ପୂର୍ତ୍ତ ବିଭାଗ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ।

ଏ ରାସ୍ତାର ତୁମୁଁସିଙ୍ଗା ପୋଖରୀ ଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ଅର୍ଦ୍ଧ ନିର୍ମିତ ଡ୍ରେନରେ ଗୋରୁଗାଈ ପଡୁଥିବା ଦେଖିବାକୁ ମିଳିଛି।

ଏହି ରାସ୍ତା ଏ ଅଞ୍ଚଳର ଜୀବନ ରେଖା ହୋଇଥିଲେ ମଧ୍ୟ ଅସରାଏ କାଳବୈଶାଖୀ ବର୍ଷାରେ ଅର୍ଦ୍ଧ ନିର୍ମିତ ପୋଲ ପାଇଁ ଗାଡିମଟର ଯିବା କଷ୍ଟ ହୋଇପଡିଛି। ଡାଇଭର୍ସନ ରାସ୍ତା ଉପରେ କାଦୁଅ ଓ ପାଣି ଜମି ରହୁଥିବା ଯୋଗୁଁ ଗାଡ଼ି ଚାଳକ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଆଗକୁ ବର୍ଷା ଦିନ ଆସୁଛି ତା ଛଡା ଏ ବର୍ଷ ପ୍ରାୟ ଦିନ କାଳ ବୈଶାଖୀ ବର୍ଷା ଲାଗିରହିଛି। ତେଣୁ ବର୍ଷା ଦିନ ପୂର୍ବରୁ ପୋଲ କାମ ସହ ରାସ୍ତା ସମ୍ପୂର୍ଣ୍ଣ କରିବା ପାଇଁ ଦାବି ହେଉଛି।

new life
You might also like
error: Content is protected !!