News
WhatsApp Image 2023-10-04 at 17.25.00
samparksetu

ମୁହଁରେ ବଢୁଛି ମାଂସ ପିଣ୍ଡୁଳା ,ଯନ୍ତ୍ରଣାରେ ଛଟପଟ ବବିତା ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଆଖି ଥାଇ ଅନ୍ଧୁଣୀ, ଦୁନିଆଁ କଣ ଦେଖିବା ଆଗରୁ ସବୁ ଅନ୍ଧାର । ଦିନକୁ ଦିନ ମୁହଁରେ ବଢୁିବାରେ ଲାଗିଛି ମାଂସ ପିଣ୍ଡୁଳା । ଅପରେସନ ପାଇଁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା । କିନ୍ତୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ (ଖ ) ପଞ୍ଚାୟତ ଅନ୍ତର୍ଗତ ମଠଖୋକସା ଗ୍ରାମରେ ।
ଭିଓ-୧_ ଗ୍ରାମର ଶ୍ରୀଧର ଦାସଙ୍କ ଝିଅ ବବିତା ଦାସ ୨୫ ବର୍ଷ । ବବିତାର କପାଳ ଓ ଆଖି ଭୃଲତାରେ ଧୀରେ ଧୀରେ  ମାଂସ ବଢିବାରେ ଲାଗିଛି ।

ଅସ୍ବାଭାବିକ ମାଂସ ବୃଦ୍ଧି ଯୋଗୁଁ ସେ କିଛି ଦେଖି ପାରୁନାହିଁ ।  ଶ୍ରୀଧର ଦିନ ମଜୁରୀ ଓ ଅନ୍ୟର ଜମିକୁ ଭାଗଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ବବିତାର ମାତ୍ର ୧୦ ବର୍ଷ ବୟସରୁ ମାଂସ ବଢିବାରେ ଲିଗିଛି । ୧୫ ବର୍ଷ ପୂର୍ବେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଆରମ୍ଭ କରି କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ସବୁଆଡେ ଦେଖାଇଛନ୍ତି । ଅପରେସନ ପରେ ବବିତା ସିନା ଦେଖି ପାରିବ କିନ୍ତି ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା । ଗରିବ ଶ୍ରୀଧର ଏତେ ଟଙ୍କା ଆଣିବେ କେଉଁଠୁ ? ଅର୍ଥ ଅଭାବରୁ ଆଜି ପର୍ଯ୍ୟନ୍ତ ଝିଅକୁ କେଉଁଠିକୁ ନେଇ ନାହାନ୍ତି ।

ତେବେ ଏ ନେଇ ଅମେ ସିଡିଏମଓ ସାଙ୍ଗରେ ଯୋଗାଯୋଗ କରିବାରୁ ଏ ନେଇ ସେ କିଛି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!