News
WhatsApp Image 2023-10-04 at 17.25.00
samparksetu

ଗୁଣ୍ଡୁରାପଶୀ ରେ ବନମହୋତ୍ସବ ପାଳିତ

ଗୁଣ୍ଡୁରାପଶୀଠାରେ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ ଦୁଇ ମାଧ୍ୟମରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କପିଳାସ ବନାଞ୍ଚଳ ଦ୍ବାରା ପରିଚାଳିତ ହେଉଥିବା ଅଠର ଗୋଟି ବନସୁରକ୍ଷା ସମିତି ମଧ୍ୟରୁ ରାଧାକୃଷ୍ଣ (ଖ )ବନସୁରକ୍ଷା ସମିତି ପକ୍ଷ ରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।

ଗୁଣ୍ଡୁରାପଶୀ ଗ୍ରାମ ପଞ୍ଚାୟତ ର ନlଏବ୍ ସରପଞ୍ଚ ଭଗବାନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବିକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସମୁଦାୟ ୯୮ ହେକ୍ଟର ଜଙ୍ଗଲ ଜମି କ୍ଷେତ୍ରରୁ ମୋଟ୍ ୮୦ ହେକ୍ଟର ଜଙ୍ଗଲରେ ବନିକରଣ କରାଯିବା ନେଇ ଅନୁମୋଦନ କରାଯାଇଛି ।ଏହି ୮୦ ହେକ୍ଟର ଜଙ୍ଗଲ ଜମିରୁ ୨୦ ହେକ୍ଟରରେ ସହଯୋଗୀ ମୂଳକ କାର୍ଯ୍ୟକ୍ରମରେ ମୋଟ୍ ୮ହକାର ଗଛ ଲାଗିବ ।

ଏହି ଅବସରରେ ବନସୁରକ୍ଷା ସମିତି ର ସଭାପତି ଦେବରାଜ ଦେହୁରୀ ,ବନପାଳ ଆର୍ଯ୍ୟରଞ୍ଜନ ସାହୁ, ବନରକ୍ଷୀ ଶିବରାମ ବେହେରା,ଝରଣା ଦାସ କ୍ଷେତ୍ର ସଂଯୋଜକ ସବ୍ୟସାଚୀ ବେହେରା, ଏନଜିଓ ଟିମ୍ ଲିଡର ପ୍ରଭାକର ସାମଲ ଓ ବନ ବିକାଶ ଅଧିକାରୀ ଶ୍ରୀ ଅଭୟ , ରୋଜାଲିନ ପଲାଇ, ପ୍ରମୁଖ ଉପସ୍ଥିତ ରହିଥିଲେ।

new life
You might also like
error: Content is protected !!