News
WhatsApp Image 2023-10-04 at 17.25.00
samparksetu

ସର୍ପାଘାତରେ ମହିଳା ମୃତ,ସାପ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରାମକୃଷ୍ଣପୁର ଗ୍ରାମର ପର୍ଶୁରାମ ମଲ୍ଲିକଙ୍କ ପତ୍ନୀ କଲ୍ପନା ମଲ୍ଲିକ ( ୩୭ ) ଗତକାଲି ରାତିରେ ଶୋଇଥିବା ସମୟରେ ସର୍ପାଘାତ ପାଇଥିଲେ । ଜିଲ୍ଲାର ମୁଖ୍ଯ ଚିକିତ୍ସାଳୟରେ ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁ ଘଟିଛି । ଏବଂ ତାଙ୍କ ଦେହରେ ସାପର ଆଘାତ ଅନେକ ବାର ଲାଗିଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି ।

ତେବେ ସର୍ପାଘାତ ଖବର ପାଇ ଉକ୍ତ ମହିଳାଙ୍କ ମାଟି ଘରେ ସାପ ଥିବାର ଅନୁମାନ କରାଯାଉଥିଲା । ଏ ବାବଦରେ ସ୍ନେକ ହେଲପ ଲାଇନ ମେମ୍ବର ପଳାସପିଠିଆ ଗ୍ରାମର ବିକାଶ ଜେନାଙ୍କୁ ଖବର ଦିଆ ଯାଇଥିଲା । ସେ ନିଜର ଉପକରଣ ନେଇ ଉକ୍ତ ସ୍ଥାନରେ ସଙ୍ଗେ ସଙ୍ଗେ ପହଁଚି ବହୂ ଖୋଜା ଖୋଜି ପରେ ଏକ ନାଗ ସାପକୁ ଉଦ୍ଧାର କରିଥିଲେ। ପରେ ତାହାକୁ ନେଇ ଜଙ୍ଗଲରେ ଛାଡିଥିଲେ ।
ମୃତ୍ଯୁ ମହିଳାଙ୍କର ସର୍ପାଘାତ ଜନୀତ ମୃତ୍ଯୁ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

new life
You might also like
error: Content is protected !!