News
WhatsApp Image 2023-10-04 at 17.25.00
samparksetu

ସମ୍ଭାବ୍ୟ ବାତ୍ୟା ‘ୟସ’ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା , ତଳି ଅଞ୍ଚଳ ପରିଦର୍ଶନ କଲେ ଉପଜିଲ୍ଲାପାଳ

ବର୍ତମାନ ସମ୍ଭାବ୍ୟ ବାତ୍ୟା ୟସ ପାଇଁ ଆଜି ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ବାତ୍ୟାରେ ପ୍ରଭାବିତ ହେବାରେ ଅନୁମାନ କରାଯାଉଥିବା ଗଁଦିଆ ବ୍ଲକ ର ବିଭିନ୍ନ ସ୍ଥାନ ବୁଲି ଥିଲେ ଉକ୍ତ ଟିମରେ ବିଡିଓ ନେତ୍ରାନନ୍ଦ ମଲ୍ଲିକ ତହସିଲଦାର ଆଶିଷ ରଞ୍ଜନ ସାହୁ ପ୍ରମୁଖ ସାମିଲ ଥିଲେ ଉକ୍ତ ବାତ୍ୟାରେ ବିଶେଷ କରି ବ୍ରାହ୍ମଣୀ ନଦୀ ପାଖ ଗ୍ରାମଗୁଡିକ ବିଶେଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି କରମୂଳ ପଞ୍ଚୟତ ର ପୁରୁଣାଗୋରାଡ଼ପାଳ ଓ ବାଇଁଶିଆ ପଞ୍ଚୟତର କଙ୍କା ଗ୍ରାମ କୁ ଉକ୍ତ ଟିମ ଯାଇ ବାତ୍ୟାରେ ଗ୍ରାମବାସୀ ମାନଂଙ୍କୁ କିପରି ସୁରକ୍ଷିତ ଭାବରେ ରହିବେ ତାହା ଉପରେ ଉପଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ ସେହିପରି ଉକ୍ତ ବାତ୍ୟାରେ ପ୍ରଭାବତୀ ହେବାକୁ ଥିବା ଅନ୍ୟ ଗ୍ରାମଗୁଡିକ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ଉକ୍ତ ବାତ୍ୟରେ ଗଁଦିଆ ବ୍ଲକରେ ପ୍ରବଳମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେଣୁ ବାତ୍ୟାରେ ପ୍ରଭାବିତ ଗ୍ରାମମାଙ୍କରେ ଥିବା ଦୁର୍ବଳ ଚାଳଘରେ ରହୁଥିବା ପରିବାର ମାନଂକର ଏକ ଲିଷ୍ଟ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଅଛି ଏହି ପରିବାର ସଦସ୍ୟ ମାନଙ୍କୁ ୨୫ତାରିଖଠାରୁ ଚି଼ହ୍ନଟ ହୋଇଥିବା ଆଶ୍ରୟସ୍ଥଳୀ ମାନଙ୍କରେ ରହିବାର ସମସ୍ତ ବନ୍ଦବସ୍ତ କରାଯାଇଛି ।

ସେଠାରେ ପ୍ରଥମେ ୨ଦିନ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା ହୋଇଛି ସେଠାରେ ଯେପରି ସାମାଜିକ ଦୂରତ୍ୱ ବଜାଇରହିବ ତାହା ଉପରେ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ସେହିପରି ଆଶ୍ରୟସ୍ଥଳୀ କୁ ଯାଉଥିବା ଜନସାଧାରଣ ମାନଂକର ପ୍ରଥମେ କୋଭିଡ ଟେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ତହସିଲଦାର ଜଣାଇଛନ୍ତି ଜେଉ ଆଶ୍ରୟ ସ୍ଥଳୀ ମାନଙ୍କରେ ଜନସାଧାରଣ ମାନେ ରହିବେ ସେଠାରେ ଦରକାରୀ ମୁତାବକ ଚୁଡା ଚିନି ବିସ୍କୁଟ ଗୁଡ଼ ପାଉଁରୁଟି କିରୋସିନ ମହମବତୀ ତଥା ଅତ୍ୟାବଶ୍ୟକ ମେଡ଼ିସିନ ମହଜୁଦ ରହିବାର ବ୍ୟବସ୍ଥା ହୋଇଅଛି ଏହାପରେ ପ୍ରଶାସନ ଅଧିକାରୀ ମାନେ ଜୋରନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କିପରି କୋଭିଡ -19ର କାର୍ଯ୍ୟ ଚାଲୁ ରହିଛି ତାହା ଉପରେ ସେଠାରେ କାର୍ଯ୍ୟ ରତ ଡାକ୍ତର ଙ୍କ ଆଲୋଚନା କରିଥିଲେ ।

new life
You might also like
error: Content is protected !!