News
WhatsApp Image 2023-10-04 at 17.25.00
samparksetu

ବର୍ଷାରେ ଭାଙ୍ଗିଲା ଘର ପାଲ ଖଣ୍ଡେ ପାଇଁ ବାରଦୁଆର !

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ପଚାଂୟତ ୱାର୍ଡ ନଂ ୧୩ର ବାସିନ୍ଦା ମଞ୍ଜୁଲତା ବେହେରା । ତାଙ୍କ ଦିନ ମଜୁରିଆ ସ୍ୱାମୀ ଗତ ୭ ମାସ ପୂର୍ବେ ମୃତ୍ୟ ବରଣ କରିଥିଲେ । ଏକମାତ୍ର ପୁଅକୁ ସାଥୀରେ ଧରି ଭଗବାନକୁ ଭରସା କରି ବଂଚି ଚାଲିଛନ୍ତି ମଞ୍ଜୁଲତା ।

ସ୍ଵାମୀ ଦେହାନ୍ତ ସାତ ମାସ ହେବ ହୋଇଥିଲେ ମଧ୍ୟ ମିଳିନି ବିଧବା ଭତ୍ତା ।ତେବେ କେବଳ ଦଶ କେଜି ଚାଉଳ ସରକାରୀ ଭାବେ ମିଳୁଛି । ଘର ଖଣ୍ଡିଏ ସେ ପୁଣି ଭାଙ୍ଗିବାକୁ ବସିଲାଣି , ଲଗାଣ ବର୍ଷାରେ ତାଙ୍କୁ ଜରିପାଲ ଖଣ୍ଡିଏ ମିଳିଲା ନାହିଁ । ତେବେ ମଜୁଂଲତା ପକ୍କାଘର ପାଇଁ ସରପଚଂ ଅଶୋକଦତ ଓ ନିର୍ବାହୀ ଅଧିକାରୀ ପଙ୍କଜ ମହାଲିକଙ୍କୁ ବହୁ ବାର ନେହୁରା ହୋଇଛନ୍ତି । ବ୍ଲକରେ ଅନେକ ଥର ନେଳି କାଗଜରେ ଦରଖାସ୍ତ କରିଛନ୍ତି ।କିନ୍ତୁ ତାଙ୍କ ଦୁଃଖ କେହି କର୍ଣ୍ଣପାତ କରୁନାହାନ୍ତି ।

new life
You might also like
error: Content is protected !!