News
WhatsApp Image 2023-10-04 at 17.25.00
samparksetu

ଭୁବନ ଥାନା ର ଗାଡ଼ି ପାର୍କିଂ ହେତୁ ସଡ଼କ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ର ଗାଡ଼ି ପାର୍କିଂ ଜାଗା ଅଭାବ ହେତୁ ବର୍ତ୍ତମାନ ୫୩ ନମ୍ବର ଜାତୀୟ ରାଜପଥ ର ଭୂଷଳ ଛକ ପାଲଟିଛି ଗାଡ଼ି ଚାଳକଙ୍କ ପାଇଁ ଦୁର୍ଘଟଣା ର ମୁଖ୍ୟସ୍ଥଳ ।

ଆଜି ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡୀପାଳ ଗ୍ରାମର ରବି ବେହେରା ବୟସ ପାଖାପାଖି କୌଣସି ବ୍ୟକ୍ତିଗତ କାମରେ ଭୁବନ ଅଭିମୁଖେ ଯାଉଥିବାର ସମୟରେ ଏକ ଅଜଣା ଗାଡ଼ି ଭୁବନ ଥାନା ସମ୍ମୁଖରେ ଥିବା ଭୂଷଳ ଛକ ରେ ବିପରୀତ ଦିଗରୁ ଧକ୍କା ଦେଇଥିଲା ।

ଘଟଣସ୍ଥଳରେ ହିଁ ବୃଦ୍ଧ ବ୍ୟକ୍ତି ଜଣଙ୍କ ଗାଡ଼ି ରୁ ପଡ଼ି ଯାଇ ଚେତାଶୂନ୍ୟ ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ରବି ବେହେରାଙ୍କୁ ପ୍ରଥମେ ଭୁବନ ଡାକ୍ତରଖାନା ଏବଂ ଗୁରୁତର ହେବାରୁ ପରେ କଟକ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ବର୍ତ୍ତମାନ ର ମୁଖ୍ୟ ବିଷୟ ହେଉଛି ଭୁବନ ଥାନା ର ଗାଡ଼ି ରଖିବା ପାଇଁ ଜାଗା ଅଭାବ । ଭୁବନ ଥାନା ପକ୍ଷରୁ ଜବତ ହେଉଥିବା ବେନିୟମ ଏବଂ ଚୋରା ଗାଡ଼ି କୁ ରଖିବା ପାଇଁ ପର୍ଯ୍ୟାପ୍ତ ଜାଗା ନାହିଁ ଯେଉଁଥିପାଇଁ ଜାତୀୟ ରାଜପଥ କଡ଼ରେ ସମସ୍ତ ଗାଡ଼ି ଗୁଡ଼ିକୁ ପାର୍କିଂ କରାଯାଉଛି ।

ଯାହାଫଳରେ କି ଭୂଷଳ ମୁଖ୍ୟ ରାସ୍ତାରୁ ଜାତୀୟ ରାଜପଥ କୁ ଆସିବା ସମୟରେ ଜାତୀୟ ରାଜପଥରେ ଆସୁଥିବା କୌଣସି ବି ଗାଡ଼ି ଦେଖାଯାଉନାହିଁ ଏବଂ ଦୁର୍ଘଟଣା ଘଟୁଛି। ତେବେ ଏ ନେଇ ଭୁବନ ଥାନା ଅଧିକାରୀ ଙ୍କ କହିବାନୁସାରେ ଭୁବନ ଥାନାର ନିଜସ୍ଵ କୌଣସି ଜାଗା ନାହିଁ ଜବତ ଗାଡ଼ି କୁ ରଖିବା ପାଇଁ ଏବଂ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତିଭ। ଏହି ଘଟଣା କୁ ନେଇ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

new life
You might also like
error: Content is protected !!