News
WhatsApp Image 2023-10-04 at 17.25.00
samparksetu

କୁକୁର ମୁହଁରୁ ଜୀବନ୍ତ ଖୁରିଙ୍ଗ କୁ ଉଦ୍ଧାର କଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନବିଭାଗ ଅଧିନସ୍ତ ବେଗା ଗ୍ରାମରେ ଗତକାଲି ସକାଳ ପ୍ରାୟ ୮ଘଟିକା ସମୟରେ ବେଗା ସଂରକ୍ଷିତ ଜଙ୍ଗଲରୁ ଏକ ଖୁରିଙ୍ଗ ଗାଁ ଭିତରକୁ ପଶିଆଶିଥିଲା ।

ଦୁର୍ଭାଗ୍ୟ ବଶତଃ ବୁଲା କୁକୁର ମାନଙ୍କ ହାବୁଡ଼ରେ ପଡିଯାଇଥିଲା । କୁକୁର ମାନଙ୍କର ଆକ୍ରମଣରେ ଘାଇଲା ହେବା ପୂର୍ବରୁ ଗାଁର ଯୁବକ ମାନଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସୁରକ୍ଷିତ ଅବସ୍ଥା ରେ ଖୁରିଙ୍ଗ ଟିକୁ ଉଦ୍ଧାର କରି ଷଡ଼ଙ୍ଗୀ ବନବିଭାଗ କୁ ହସ୍ତାନ୍ତର କରିଥିଲେ । ବେଗା ଗ୍ରାମ ଯୁବକ ମାନଙ୍କର ଏପରି ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ର ସୁଅ ଛୁଟିଛି ।

new life
You might also like
error: Content is protected !!