News
WhatsApp Image 2023-10-04 at 17.25.00
samparksetu

ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ ଜିଲ୍ଲାର ୭୧ଟି ସ୍କୁଲ ର ମାଟ୍ରିକ ମେଧାବୀ ମାନଙ୍କୁ ତୃପ୍ତି ପାଠାଗାର ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନ ସାମ୍ବାଦିକ ସଂଘ ଗଁଦିଆ ଡିଜିଟାଲ ମିଡ଼ିଆ ସଙ୍ଘ ଶ୍ରୀ ବିନାୟକ ଶିକ୍ଷା କେନ୍ଦ୍ର ର ମିଳିତ ସହଯୋଗ କ୍ରମେ ସ୍ଥାନୀୟ ବାଜିରାଉତ ସ୍ମୃତି ସଭାଘର ଠାରେ ଅନୁଷ୍ଠିତ ହୋଇଥିଲା ।

ଭୁବନ ସାମ୍ବାଦିକ ସଙ୍ଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ କରିଥିଲେ , ଗଁଦିଆ ଡିଜିଟାଲ ମିଡ଼ିଆ ସଂଘ ସଭାପତି ପ୍ରଦୀପ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପୁଷ୍ପଲତା ସାମଲ ଅତିଥି ପରିଚୟ ଲକ୍ଷ୍ମୀଧର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଢେଙ୍କାନାଳ ଜିଲ୍ଲା ପରିଷଦ ଉପଧାକ୍ଷ କୋଦଣ୍ଡ ଧର ସାହୁ ମୁଖ୍ୟ ଅତିଥି ପଣ୍ଡିତ ପ୍ରମୋଦ ମିଶ୍ର ମୁଖ୍ୟ ବକ୍ତା ଭୁବନ ବନାଞ୍ଚଳ ଅଧିକାରୀ ଅନିତା ସେଠୀ , ମୁତିକା ସରାଙ୍ଖ୍ୟନ ବିଭାଗ ପ୍ରାକ୍ତନ ନିର୍ଦ୍ଧେଶକ କୃଷ୍ଣ ଚନ୍ଦ୍ର ଆଇଚ. ଓକିଲ ସଂଘ ପୂର୍ବତନ ସଭାପତି ସନାତନ ଗୁରୁ ଚିତ ମିଶ୍ର ବାଇଧର ଚାନ୍ଦ ଯୋଗ ବାଦଲ ମହାନ୍ତି ଦେଇ ବିଦ୍ୟାର୍ଥୀ ମାନଙ୍କୁ ପ୍ରେରଣା ଦେଇଥିଲେ ।

ଭୁବନ ସାମ୍ବାଦିକ ସଂଘ ସଂଗଠନ ସମ୍ପାଦକ ଦୁଷ୍ମନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ. ସୁଦାମ ସାହୁ, ଅକ୍ଷୟ ପାତ୍ର , ଶିରାଜଉଦିନ ଖାଁ ବିଶ୍ୱଜିତି ସାହୁ ଶ୍ରୀଧର ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

new life
You might also like
error: Content is protected !!