News
WhatsApp Image 2023-10-04 at 17.25.00
samparksetu

ଭୁବନ ରେ ବାତ୍ୟା ମୁକାବିଲା

ୟସ ବାତ୍ୟାକୁ ଦୃଷ୍ଟିରେ ରଖି ଭୁବନ ଏନଏସି ଓ ବ୍ଲକରେ ବ୍ୟାପକ ବନ୍ଦୋବସ୍ତ ପ୍ରଶାସନ ପକ୍ଷରୁ କରାଯାଇଛି । ଏନଏସି ରେ ୪ଟି କେନ୍ଦ୍ର ପାଇଁ ବନ୍ଦୋବସ୍ତ କରାଯାଇଥିଲା ହେଲେ ବାଜିରାଉତ କଲ୍ୟାଣ ମଣ୍ଡପ କୁ କେହି ବି ଆସିଲେ ନାହିଁ ।

ପେଣ୍ଠସାହି ଓ କୋହ୍ଲ।ସାହି ରେ ତତ୍କାଳ କେନ୍ଦ୍ର କରାଗଲା । ୧୧୨୭ ଜଣଙ୍କୁ ଆଶ୍ରୟଃ ଦିଆଯାଇ ମାସ୍କ ଶୁଖିଲା ଓ ରନ୍ଧାଖାଦ୍ୟ ପୁଡିଆ ପ୍ରଦାନ କରାଯାଇଛି।

ହରିହରପୁର ପାଟଣା ରେ ମଣିଷ ଗାଈଗୋରୁ ଏକାଠି ରହିଥିଲେ । ସେହିପରି ବ୍ଲକର ପ୍ରଭାବିତ ପଂଚାୟତ ରୁ ୬୩ଟି କେନ୍ଦ୍ର ଗୁଡିକ ମଧ୍ୟ ରୁ ୫୨କେନ୍ଦ୍ରରେ ଲୋକଙ୍କୁ ଚିହ୍ନଟ କରି ଆଶ୍ରୟସ୍ଥଳୀ ରେ ନିରାପତାରେ ରଖାଯାଇ ମଙ୍ଗଳବାର ରାତିରେ ରନ୍ଧା ଖାଦ୍ୟ ଦେବାଶହ ବୁଧବାର ସକାଳରେ ଶୁଖା ଖାଦ୍ୟ ଦିଆଯାଇ ମଧ୍ୟାନରେ ରନ୍ଧା ଖାଦ୍ୟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା ।

ଯେହେତୁ ଏହି ବ୍ଲକରେ ବାତ୍ୟାର ପ୍ରଭାବ ସେତେଟା ବଳଶାଳୀ ହେଲାନାହିଁ । ତେବେ ଏସ ଆର ସି ଙ୍କ ପଂଚାୟତ ଗଡ଼ନୁରସିଂପ୍ରସାଦ ଗ୍ରାମ ରେ କୋଠ ଘରେ ରହୁଥିବା ବିନୋଦ ମଲ୍ଲିକ ଙ୍କୁ ମିଳିନଥିଲା ଖାଇବାକୁ ,ସୂଚାନଯୋଗ୍ୟ ବିନୋଦ ସ୍ତ୍ରୀ ଚାନ୍ଦୁ ଙ୍କର ସନ୍ତାନ ନାହାନ୍ତି । ତାଙ୍କୁ କେହି ବି ଶୁଖିଲା କିମ୍ବା ରନ୍ଧା ଖାଦ୍ୟ ଦେଲେ ନାହିଁ । ଏକଥା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଜଣାଯାଇଥିଲା ।

ସେହିପରି କୀର୍ତ୍ତନପୁର ପୁର ସ୍କୁଲ ରେ ୨୯ଜଣଙ୍କୁ ସକାଳ ଜଳଖିଆ ଦିଆଯାଇଥିଲା ।ଡେରିରେ ମଧ୍ୟାହ୍ନ ଭୋଜନ ପହଂଚିବାରୁ ଗ୍ରାମ ର ଚାରି ଜଣ ଲୋକ ଗଣ୍ଡଗୋଳ କରିଥିଲେ ,ମାଡଗୋଳ ହେବାରୁ ବାବାଜୀ ମଲ୍ଲିକଙ୍କ ନାମକ ଜଣଙ୍କର ମୁଣ୍ଡ ଫାଟିଲା ,ଥାନାରେ ଅଭିଯୋଗ ସହ ତାଙ୍କୁ ୧୦୮ଯୋଗେ ଡାକ୍ତରଖାନା କୁ ଭର୍ତ୍ତି କରାଯାଇଛି ।

ତେବେ ଲୋକମାନେ ବୁଧବାର ରାତି ଆଶ୍ରୟସ୍ଥଳୀରେ ରହି ପାରିବେ ଯିଏ ଚାହିଁବେ ଘରକୁଯାଇପାରିବେ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଏ । ନୋଡାଲ ଅଧିକାରୀ ବସନ୍ତ ମାଝୀ, ବି ଡି ଓ ତହସିଲଦାର ଙ୍କ ଉପସ୍ଥିତରେ ପରିସ୍ଥିତିର ସମୀକ୍ଷା କରା ଯାଇଛି ।

ଉକ୍ତ ବାତ୍ୟ।ରେ ବିଶେଷ ପ୍ରଭାବିତ ପରିବାର ଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ ନିମେନ୍ତେ ପ୍ରସ୍ତାବ ରହିଛି । ପ୍ରଶାସନ ପକ୍ଷରୁ ବାତ୍ୟା ଉପସ୍ଥିତି କୁ ନେଇ କର୍ମଚାରୀମାନେ ସଜାଗ ରହିଛନ୍ତି ଉକ୍ତ ବାତ୍ୟାରେ କେତେ କଣ କ୍ଷତି ହୋଇଛି ତାହା ଆଗାମୀ ଦିନରେ ରାଜସ୍ୱ ବିଭାଗର ତଦନ୍ତ ପରେ ଜଣାପଡିବ ।

ବୁଧବାର ସକାଳ ସମୟରେ ଉକ୍ତ ବ୍ଲକରେ ତୁହାକୁ ତୁହା ବର୍ଷା ହେବା ଶହ ଅପରାହ୍ନ ରେ ପବନର ଗତି ସାମନ୍ୟା ବଢ଼ି ଥିବାର ଦେଖିବାକୁ ମିଳିଥିଲା ବାତ୍ୟା ସମୟରେ ବିଦ୍ୟୁତ ସେବା ଜାରି ରଖିବାକୁ ସରକାରଙ୍କ ତରଫରୁ ଘୋଷଣା କୁ ଅପରାହ୍ନ ରେ କାମ ରେ ଲଗାଇଥିଲେ ବିଦ୍ୟୁତ ବିଭାଗ କର୍ମଚାରୀ । ମାତ୍ର ଅଧା ଘଂଟା ଯୋଗାଣ ପରେ ବିଦ୍ୟୁତ ସେବା ବନ୍ଦ ହୋଇଥିଲା

new life
You might also like
error: Content is protected !!