News
WhatsApp Image 2023-10-04 at 17.25.00
samparksetu

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ; ୪୧ ୟୁନିଟ ରକ୍ତ ସଂଗ୍ରହ

ଢେଙ୍କାନାଳ ଜିଲ୍ଲା ଛାତ୍ର ଉପସଭାପତି ସଞ୍ଜୟ କୁମାର ପଣ୍ଡା ଓ ବ୍ଲକ ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଭାପୁର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଉଛି । ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ଶିବିରକୁ ଜିଲ୍ଲା କୃଷକ ଜନତା ଦଳର ସଭାପତି ଶ୍ରୀ ନରୋତ୍ତମ ସାହୁ ଉଦଘାଟନ କରିଥିଲେ ଏବଂ ସ୍ନମ୍ମାନୀତ ଅତିଥି ଭାବେ ଛାତ୍ର ସଭାପତି ତଥା ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ସୁରଜ ମହାପାତ୍ର ଯୋଗଦେଇଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜୀବନ କୁମାର ପଣ୍ଡା,ପପୀ ଭୋଳ, ବଳରାମ ଘୋଡେଇ,ଅଶୋକ ପଣ୍ଡା,ରାକେଶ ସାହୁ,ଦେବାଶିଷ ପଣ୍ଡା,ବଳରାମ ସାହୁ,ସପ୍ନେଶ୍ୱର ସାହୁ,ଦିପୁ ଖଟୁଆ,ମନୋରଞ୍ଜନ ପଣ୍ଡା,ଗୋପାଳ ଘୋଡେଇ,ପ୍ରଣବ କୁମାର ପରିଚାଳନା କରିଥିଲେ ଏବଂ ଦଳର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!