News
WhatsApp Image 2023-10-04 at 17.25.00
samparksetu

ଚୋରା କୋଇଲା ଟ୍ରକ ଜବତ, ଡ୍ରାଇଭର ଗିରଫ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଗୋବିନ୍ଦପୁର ଠାରେ ଏକ ଚୋରା
କୋଇଲା ବୋଝେଇ ଟ୍ରକକୁ ପୋଲିସ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି ।

ପୋଲିସ ପାଟ୍ରୋଲିଂ ସମୟରେ ଏକ ୧୨ ଚକିଆ ଟ୍ରକ ନଂ ଓଡି୧୬ବି୯୮୨୮ରେ କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ପୋଲିସ ଅଟକାଇଥିଲା । ଡ୍ରାଇଭର କୋଇଲାର କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଏହା ଚୋରା କୋଇଲା ବୋଲି ଜଣାପଡିଥିଲା ।

ଏ ସଂକ୍ରାନ୍ତରେ ସଦର ଥାନାରେ ୩୭୯/୨୧ରେ ଏକ ମାମାଲା ରୁଜ୍ଜୁ କରାଯାଇଥିବା ବେଳେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇ
କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ତାର ଘର ସୁନ୍ଦରଗଡ ଜିଲ୍ଲା ପାମରା ଗ୍ରାମରେ ବୋଲି ଜଣାପଡିଛି । ଟ୍ରକରେ
୨୨ଟନ କୋଇଲା ଥିବାର ପୋଲିସ ସୂତ୍ରରୁ ପ୍ରକାଶ ।

new life
You might also like
error: Content is protected !!