News
WhatsApp Image 2023-10-04 at 17.25.00
samparksetu

ଅର୍ଥ ସାଜିଛି ବାଧକ, ଅସହ୍ୟ ଯନ୍ତ୍ରଣାରେ ଛଟପଟ କୌଶଲ୍ୟା

କୋଶଲ୍ଯା ବେହେରା ବୟସ ୧୫ , ଜୀବନ କଣ ଜାଣିବା ପୂର୍ବରୁ ଏହି ନାବାଳିକାଙ୍କ ଜିଭ ତଳେ ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରେ ଲାଗିଛି। ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବାପା ଜଣେ ଦିନ ମଜୁରିଆ ହୋଇଥିବା ରୁ ଝିଅର ଚିକିତ୍ସା କରିପାରୁନାହାଁନ୍ତି । ତେଣୁ ସେ ସରକାରଙ୍କ ସହାୟତା ଲୋଡିଛନ୍ତି। କୋଶଲ୍ଯାଙ୍କ ଘର ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ଗ୍ରାମରେ । ବାପା ରବି ବେହେରା ଜଣେ ଦିନ ମଜୁରିଆ। ମୂଲ ଲାଗିଲେ ଘରେ ଚୁଲି ଜଳେ ଘରର ୫ ଝିଅ ମାନଙ୍କ ମଧ୍ୟରେ କୋଶଲ୍ଯା ବଡ,ସେ ଦଶମ ଶ୍ରେଣୀରେ ପଢୁଛନ୍ତି। ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ହଠାତ୍ ତାଙ୍କ ଜିଭ ତଳେ ଧୀରେ ଧୀରେ ଏକ ମାଂସ ବଢିବାରେ ଲାଗିଥିଲା।

ଏଥିପାଇଁ ସେ ଠିକ୍ ରେ କଥା ହୋଇପାରିଲେ ନାହିଁ। ଧୀରେ ଧୀରେ ମାଂସ ବୃଦ୍ଧି ପାଇବା ଯୋଗୁଁ ଏବେ ସେ ଯନ୍ତ୍ରଣାରେ ଛଟପଟ ହେବା ସହିତ ଖାଦ୍ୟ ଖାଇ ପାରୁନାହାନ୍ତି। ଝିଅର ଚିକିତ୍ସା ପାଇଁ ଗ୍ରାମବାସୀ ଙ୍କ ଠାରୁ ଧାର କରଜ କରି ବିଭିନ୍ନ ଡାକ୍ତରଖାନା ଯାଇ ନିରାଶ ହେବା ପରେ ରବି ଶେଷରେ କଟକ ବଡ ଡାକ୍ତରଖାନାକୁ ଯାଇଥିଲେ। ହେଲେ ଏଥିପାଇଁ ଅସ୍ତ୍ରୋପଚାର ଆବଶ୍ୟକ ଏଥିରେ ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତରଙ୍କ ଠାରୁ ଶୁଣିବା ପରେ ରବି ଭାଗ୍ୟ କୁ ଆଦରି ବସିଛନ୍ତି।

ଗତ ୨୮ତାରିଖ ଦିନ ଗ୍ରାମର କେତେଜଣ ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ଝିଅର ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ, କିନ୍ତୁ କୋଭିଡ କଟକଣା ଯୋଗୁଁ ଜିଲ୍ଲାପାଳଙ୍କ ସହିତ ସାକ୍ଷାତ ହୋଇପାରିଲା ନାହିଁ ବୋଲି କୋହଭରା କଣ୍ଠରେ ରବି ପ୍ରକାଶ କରିଛନ୍ତି। ରାକ୍ଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କୌଣସି କାର୍ଡ୍ ତାଙ୍କ ନିକଟରେ ନଥିବା ବେଳେ କେବଳ ରାସନ କାର୍ଡ ଖଣ୍ଡିଏ ରହିଛି ।

ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି , ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଜରିଆରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ନେଇ ବ୍ୟାପକ ପ୍ରଚାର କରାଯାଉଥିବା ବେଳେ ଅସହାୟ ରବିଙ୍କ ପାଇଁ ସବୁକିଛି ଯେମିତି ଅପହଞ୍ଚ ହୋଇ ପଡିଛି। ଝିଅର ଅସ୍ତ୍ରୋପଚାର ପାଇଁ ରବି ସରକାର ଓ ସହୃଦୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇବାକୁ ଆକୁଳ ନିବେଦନ କରିଛନ୍ତି।

new life
You might also like
error: Content is protected !!