News
WhatsApp Image 2023-10-04 at 17.25.00
samparksetu

ରବି ଙ୍କ ମୃତ୍ୟୁ ପରେ ଅବହେଳା ଅବସ୍ଥାରେ ଅଛନ୍ତି ପରିବାର, ନା ଅଛି ଆଧାର କାର୍ଡ ନା ମିଳୁଛି କୌଣସି ସରକାରୀ ସାହାଯ୍ୟ

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ପୁରୁଣା କୋର୍ଟ ବିଲ୍ଡିଂର ପରିତ୍ୟକ୍ତ ଗ୍ୟାରେଜରେ ପରିବାରସହ ରହୁଥିବା ରବି ମହାରଣା ଙ୍କର ଖାଦ୍ୟଅଭାଵ ଯୋଗୁ ମୂର୍ତ୍ୟୁ ହୋଇଯାଇଛି । ସେ ଦୀର୍ଘ ୧୨ବର୍ଷ ହେଲା ସ୍ୱାମୀ ପରିତ୍ୟକ୍ତା ଭଉଣୀ ସହ କଳି ହେବାରୁ ଘରୁ ବାହାରି ଆସି ଦୋକାନ ବାରଣ୍ଡା ଏବଂ ଗଛ ମୂଳରେ ରହି ଭିକ୍ଷାବୃତି କରୁଥିଲେ । ଇତି ମଧ୍ୟରେ ତାଙ୍କର ଦୁଇଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ । ଜଣେ ୫ମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଆଉଜଣେ ୫ବର୍ଷର ଶିଶୁ ।

ରବିର ଘର ଭୁବନ ଏନ.ଏ.ସି ଅନ୍ତର୍ଗତ ୧ନମ୍ବର ୱାର୍ଡ ବଉଳଛକ । ନିଜ ଗାଁରେ ଥିଲେବି ତାଙ୍କୁ ମିଳେନି ରାସନ ସାମଗ୍ରୀ । ତେଣୁ ଭୋକରେ ରହି ମରିଗଲା ରବି ବୋଲି ନିଜର କୋହଭରା କଣ୍ଠରେ କୁହନ୍ତି ରବିର ସ୍ତ୍ରୀ ।ମୃତ୍ୟୁର ୧୨ଦିନ ପରେ ବି ମିଳିନି ହରିଶ୍ଚନ୍ଦ୍ର ସାହାଯ୍ୟ

ଏଠି ପ୍ରଶ୍ନ ଉଠେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା କାହା ସ୍ୱାର୍ଥରେ , କୋଠାଘର ଥିବା ଲୋକମାନେ ରାସନ କାର୍ଡ ପାଇଥିବାବେଳେ ଗରିବ ରବି ପାଇଁ ଏସବୁ କଣ ମୂଲ୍ୟହୀନ ପରିତ୍ୟକ୍ତ ଶବକୁ ଭୁବନ ଥାନା ତରଫରୁ ବ୍ୟବଚ୍ଛେଦ କରାଯାଇଛି । ତୁରନ୍ତ ଉପରିସ୍ଥ ଅଧିକାରୀ ମାନେ ଏହି ସମ୍ବେଦନଶୀଳ ଘଟଣା ଉପରେ ଧ୍ୟାନ ଦେବା ସହିତ ଜାଗା ମିଶନ ଜରିଆରେ ଜାଗାଦେଇ ଆବାସ ଯୋଜନାରେ ସାମିଲ କରାଯିବା ସହିତ ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ କଲେ କୋମଳ ମତି ଶିଶୁ ଦୁଇଟି ବଞ୍ଚିପାରିବେ ବୋଲି ସାଧାରଣରେ ଦାବି ।

new life
You might also like
error: Content is protected !!