News
WhatsApp Image 2023-10-04 at 17.25.00
samparksetu

ମୌଳିକ ସୁବିଧା ରୁ ବଞ୍ଚିତ କୋହ୍ଲା ଗ୍ରାମ ବାସୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସୋରିଷିଆପଦା ପଞ୍ଚାୟତର କୋହ୍ଲା ଗାଁ। ପାହାଡ଼ ଜଙ୍ଗଲ ଘେରା ଏହି ଗାଁକୁ ଯିବାକୁ ଗୋଟିଏ ମାଟି ରାସ୍ତା। ପଞ୍ଚାୟତ ଅଫିସ୍ ଠାରୁ ଆଠ କିଲୋମିଟର ଦୂର ଗାଁଟି କପିଳାସ ଅଭ୍ୟାରଣ୍ଯ ଭିତରେ ଅବସ୍ଥିତ।

ଗାଁରେ ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ପରିବାର ସଂଖ୍ୟା ୫୩ ବୋଲି ଲୋକ କହନ୍ତି। ପୂର୍ବରୁ ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ନିର୍ଭର କରୁଥିଲେ କିନ୍ତୁ ଏବେ ଜଙ୍ଗଲ ଉପରେ ନିର୍ଭର କରି ପେଟ ପୋଷିବା କଷ୍ଟକର ହୋଇ ପଡିଛି।

କାମ ଅନ୍ବେଷଣରେ ବହୁତ ଲୋକ ଏବେ ବାହାରକୁ ଆସୁଛନ୍ତି। ତେବେ ଗାଁକୁ ସଂଯୋଗ କରୁଥିବା ରାସ୍ତା ମଝିରେ ଥିବା ଦୋମୁହାଁ ଯୋର ସେମାନଙ୍କ ପାଇଁ କାଳ ସାଜିଛି। ଏହି ଯୋର ପାଇଁ ବର୍ଷା ଚାରିମାସ ଏମାନେ ଜଳବନ୍ଦୀ ହୋଇ ରହନ୍ତି। ଏହି କାରଣରୁ ଗାଁର ପିଲାଙ୍କ ଶିକ୍ଷାରେ ଡୋରି ବନ୍ଧା ହୋଇଯାଉଛି, ଅନେକ ସମୟରେ ପ୍ରସୂତି ଡାକ୍ତରଖାନାରେ ପହଁଞ୍ଚି ନପାରି ମୃତ୍ୟୁକୁ ଆପଣାଇ ନେଉଛି।

ସୌର ଶକ୍ତି ମାଧ୍ୟମରେ ଗାଁ ଲୋକଙ୍କୁ ବିଜୁଳି ବ୍ୟବସ୍ଥା କରାଯାଇଥିଲା। ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ଅଧିକାରୀ କହି ଚାଲିଗଲେ। ବର୍ଷେ ନ ହେଉଣୁ ଅନେକ ଲୋକଙ୍କ ଇନଭର୍ଟର ଅଚଳ ହୋଇ ପଡିଛି।ଗାଁ ରେ ବିଦ୍ୟୁତ୍ ଖୁଣ୍ଟ ଅଛି ହେଲେ ତାର ସଂଯୋଗ ହୋଇ ନାହିଁ।
ଗାଁର ଏପରି ପରିସ୍ଥିତି ଯୋଗୁଁ ଏହାର ଅଧିବାସୀ ଯେମିତି ବିକାଶର ବିପରୀତ ଦିଗକୁ ଯାଉଛନ୍ତି।

new life
You might also like
error: Content is protected !!