News
WhatsApp Image 2023-10-04 at 17.25.00
samparksetu

ମାନସିକ ବିକୃତା ମହିଳାଙ୍କୁ ଉଦ୍ଧାର କରିବା ଦାବି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ରାସ୍ତା କଡ଼ ହାଟ ଭିତରେ ଜନୈକା ମହିଳା ଗତ ବର୍ଷେ ହେବ ପଡି ରହିଛି l ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ବିଧାୟିକା ତଥା ଅନ୍ୟ ରାଜନୈତିକ ବ୍ୟକ୍ତି ମାନେ ଯାତାୟାତ କରୁଥିଲେ ମଧ୍ୟ ସେମାନେ ନଜର ଅନ୍ଦାଜ କରି ଚାଲିଯାଆନ୍ତି l ତାଙ୍କୁ କିଛି ସ୍ଥାନୀୟ ସମାଜସେବୀ ଙ୍କ ସହାୟତାରେ ଖାଦ୍ୟ ସାମଗ୍ରୀ ଦିଆଯାଉଛି l ବେଳେବେଳେ ସ୍ଥାନୀୟ ବଜାରରେ କିଛି ଖାଦ୍ୟ ପଦାର୍ଥ ମାଗି ଯାଚି ଖାଏ l

କିନ୍ତୁ ତାର ଚିକିତ୍ସାପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ କିମ୍ବା ପ୍ରଶାସନକୁ ଜଣାଇନାହାନ୍ତି l ସମାଜରେ ତାର ବଞ୍ଚିବାର ଅଧିକାର ଅଛି l ସମାଜସେବୀ ତଥା ଶ୍ରୀ ପଙ୍କଜ ନାୟକ ଏ ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ହିନ୍ଦୋଳ ଉପଜିଲ୍ଲାପାଳ ତଥା ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରିଛନ୍ତି l ଏହି ମସ୍ତିଷ୍କ ବିକୃତା ମହିଳାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ତାର ଚିକିତ୍ସା କରାଇବାପାଇଁ ଶ୍ରୀ ନାୟକ ତଥା ସ୍ଥାନୀୟ ବାସିନ୍ଦା ମାନେ ଦାବି କରିଛନ୍ତି l

new life
You might also like
error: Content is protected !!