News
WhatsApp Image 2023-10-04 at 17.25.00
samparksetu

ହଜାରେ ଗୁହାରୀ ପରେ ମଧ୍ୟ ଅଞ୍ଜଳୀ ଙ୍କୁ ମିଳିପାରୁନି ପକ୍କା ଘର

ସରକାର ଙ୍କ ଯୋଜନା ରୁ ବଞ୍ଚିତ ଅଞ୍ଜଳୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଅ଼ଁଳାବେରେଣୀ ପଞ୍ଚାୟତ ମହୁଲି ଗ୍ରାମରେ ରହୁଛନ୍ତି ଅଞ୍ଜଳୀ ସାହୁ ବୟସ ପାଖାପାଖି ୩୯ । ଆଗ ପଛ କହିଲେ କେହି ନାହାନ୍ତି । ବାପା ମା କେଉଁ କାଳରୁ ଆରପାରିରେ ।

ଏବେ ଏକାକୀ ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ସରକାର ଙ୍କ ସହାୟତା କହିଲେ ଭତ୍ତା ମିଳୁଛି । ତେବେ ଯେଉଁ ଘର ଖଣ୍ଡିକ ଅଛି ସେ ଭାଙ୍ଗି ଗଲାଣି ଚାଳ ରୁ ବର୍ଷା ହେଲେ ପାଣି ଗଳୁଛି ପଲିଥିନ ର ସାହରାରେ ଆଜିଯାଏଁ ଚଳାଇଛନ୍ତି ଅଞ୍ଜଳୀ । ଘର ଖଣ୍ଡେ କରିବାକୁ ଅକ୍ଷମ ହେତୁ ଅନେକ ବାର ବ୍ଳକ୍ ଅଫିସଠାରୁ ଆରମ୍ଭ କରି ତହସିଲ ରେ ଅଭିଯୋଗ କରିଛନ୍ତି , କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଲା ନାହିଁ ।

ତାଙ୍କୁ ତୁରନ୍ତ ଆବାସ ଯୋଜନାରେ ଏକ ଘର ଯୋଗାଇବାକୁ ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!