News
WhatsApp Image 2023-10-04 at 17.25.00
samparksetu

ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଢେଙ୍କାନାଳ ପୋୖରପାଳିକା ଅଧିକାରୀଙ୍କ ଦୁର୍ନୀତିରେ ତାଲା ପକାଇବେ ସାଂସଦ

ଢେଙ୍କାନାଳ ପୋୖରପାଳିକା ମହାମାରୀ କରୋନା ସମୟରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେଇ ମନମାନି କରୁଛି ବୋଲି ସାଂସଦ ମହେଶ ସାହୁ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୨୯ ତାରିଖ ରେ ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ସାଂସଦ, ତେବେ ଏ ନେଇ ସାଂସଦ ଏକ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି ।

ସାଂସଦ ଙ୍କ ଅଭିଯୋଗ ଅନୁସାରେ , ପୋୖରାଞ୍ଚଳର ସମସ୍ତ ୱାର୍ଡରେ ସଫେଇ କାର୍ଯ୍ୟ ସୂଚାରୁରୁପେ ହୋଇପାରୁନାହିଁ । ବିଭିନ୍ନ ୱାର୍ଡ ଗୁଡିକରେ ଅନ୍ୟୁନ୍ୟ ୨୦୦୦ ମସିହାରେ ସାଂସଦ ବ୍ରିଗେଡିଅର କେପି. ସିଂ. ଦେଓ ଙ୍କ ସମୟରେ ତିଆରି ହୋଇଥିବା ଡ୍ରେନ୍ ଗୁଡି କୌଣସି ମରାମତି ହୋଇନଥିବାରୁ ସେସବୁ ପୋତା ପଡ଼ିଗଲାଣି ଫଳରେ ବର୍ଷା ପାଣି ରାସ୍ତାଉପରେ । ତେବେ ୨୦ ବର୍ଷ ବିନା କୌଣସି ମତାମତି ହୋଇଥିବା ରାସ୍ତା ଅବସ୍ଥା ନକହିଲେ ଭଲ । ଶାସକ ଦଳ ସାଂସଦ ହେଲା ପରଠାରୁ ରାସ୍ତା ଡ୍ରେନ୍ କୌଣସି ମରାମତି ହୋଇନଥିବା ଜିଲ୍ଲାବାସୀ ବାରମ୍ବାର ଅଭିଯୋଗ ଆଣିଛନ୍ତି । ଗଳିକନ୍ଦି ଏବଂ ମୁଖ୍ୟ ରାସ୍ତାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡି ରହୁଛି । ଡ୍ରେନ ଗୁଡିକ ସଫା ନହେବାରୁ ମଶା ଵଂଶ ବୃଦ୍ଧି ପାଇବାରେ ଲାଗିଛି । ଏଥି ପ୍ରତି ପୌରନିର୍ବାହୀ ଅଧିକାରୀ ଆଦୌ ଦୃଷ୍ଟି ଦେଉ ନାହାଁନ୍ତି ।

କୋଭିଡ-୧୯ ସମୟରେ ପୋୖରାଞ୍ଚଳରେ ସଫେଇ କାର୍ଯ୍ୟ ଠିକ୍ ଭାବରେ ନହେବା ଘୋର ପରିତାପର ବିଷୟ । ଏହା ବ୍ୟତୀତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ମନ୍ଥର ହୋଇଯାଇଛି ।ଫଳରେ ଅଧିକାରୀ କୌଣସି ନା କୌଣସି କ୍ଷେତ୍ରରେ ଦୁର୍ନୀତି କରୁଥିବାର ଅଭିଯୋଗ ବାରମ୍ବାର ଉଠେଇଛନ୍ତି ଜିଲ୍ଲାବାସି ।ଏପରିକି ସାଂସଦଙ୍କ ଉନ୍ନୟନ ପାଣ୍ଠି ଏବଂ ଜିଲ୍ଲା ଖଣିଜ ପାଣ୍ଠିକୁ ଚଞ୍ଚକତା କରି କାର୍ଯ୍ୟାଦେଶ ଦେବାରେ ବିଳମ୍ବ କରୁଛନ୍ତି । ପୋୖରନିର୍ବାହୀ ଅଧିକାରୀ ନିଜର ସ୍ୱାର୍ଥ ପାଇଁ ସହରବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇଛନ୍ତି ବୋଲି ସାଂସଦ କହିଛନ୍ତି । ତେବେ ଏନେଇ ଢେଙ୍କାନାଳ ବାସୀ ବିଭିନ୍ନ ସମୟରେ ଅଭିଯୋଗ ପରେ ମଧ୍ୟ ଜିଲ୍ଲାର କୌଣସି ଅଧିକାରୀ ଏନେଇ ଦୃଷ୍ଟି ଦେଉନାହାନ୍ତି । ତେଣୁ ବାରମ୍ବାର ଜିଲ୍ଲାବାସୀଙ୍କୁ ସମସ୍ତ ଅଧିକାରୀ ଠକି ଚାଲିଛନ୍ତି ବୋଲି ବାସିନ୍ଦା ସୂଚନା ଦେଇଛନ୍ତି ।

ପୋୖରସଂସ୍ଥାର ଏଭଳି ମନମୂଖୀ କାର୍ଯ୍ୟକୁ ନେଇ ସାଂସଦ କ୍ଷୋଭ ପ୍ରକାଶ କରିବା ସହ ୨୯ ତାରିଖ ରର ପ୍ରତିବାଦ ସ୍ବରୂପ ପୌର କାର୍ଯ୍ୟାଳୟରେ ତାଲା ପଡିବ ବୋଲି ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!