News
WhatsApp Image 2023-10-04 at 17.25.00
samparksetu

ଗାଁ କୁ ଅପହଞ୍ଚ ସରକାରୀ ଯୋଜନା ; ଗାଁ କୁ ନାହିଁ ପକ୍କା ରାସ୍ତା

ଗାଁ କୁ ଅପହଞ୍ଚ ସରକାରୀ ଯୋଜନା। ସାଧିନତାର ୭୪ ବର୍ଷ ପରେ ମଧ୍ୟ ଗାଁ କୁ ନାହିଁ ପକ୍କା ରାସ୍ତା।ସରକାର କରୁଛନ୍ତି ମାଳ ମାଳ ଯୋଜନା କିନ୍ତୁ ବାସ୍ତବ ପକ୍ଷେ ପରଜଙ୍ଗ ବ୍ଳକ୍ ଜୟ ପୁରାକଟେଣି ଗ୍ରାମ ପଞ୍ଚାୟତର ପଦ୍ମପୋଖରୀ ବାସିଙ୍କ ପାଇଁ ଯୋଜନା ସାତ ସପନ।

ଗାଁ ଦାଣ୍ଡରେ ଅଣ୍ଠୁଏ ପାଣି। ରାସ୍ତାରେ ଗାଡ଼ି ଜିବାତ ଦୁରର କଥା ଚାଲିକି ଯିବାକୁ ବହୁକଷ୍ଟ ହୁଇପଡୁଛି।କିନ୍ତୁ ଗ୍ରାମବାସୀ ଏ ନେଇ ପ୍ରଶାସନ କୁ ବାରମ୍ବାର ଜଣାଇଥିଲେ ମଧ୍ୟ ପ୍ରଶାସନ ଚୋପ। ଫଳରେ କାଦୁଅ ଖାଲ ରାସ୍ତାରେ ଲୋକ ଯାତାୟତ କରି ବହୁ ବହୁ ଦୁର୍ଘଟଣା ର ଶିକାର ହେଉଛନ୍ତି। କାଦୁଅ ରାସ୍ତା ଯୁଗୋ ପ୍ରତ୍ୟେକ ବର୍ଷ ପିଲାମାନଙ୍କ ଶିକ୍ଷା ରେ ମଧ୍ୟ ବାଧାପ୍ରାପ୍ତ ହେଉଅଛି। ଏଥି ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଅଥି ପ୍ରତି ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଙ୍କ ମନରେ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଭାବ ସୃଷ୍ଟି ହେଉଅଛି। ଗ୍ରାମବାସୀଙ୍କ ପ୍ରଶାସନ ଙ୍କୁ ଅନୁରୋଧ କି ପାଣି କାଦୁଅ ରାସ୍ତାରୁ କଂକ୍ରିଟ ରାସ୍ତା ନିର୍ମାଣ କରାଇଲେ ଯାତାୟତ ରେ ହେଉଥିବା ଦୁର୍ଘଟଣା ରୁ ସେମାନେ ବଞ୍ଚି ରହିବେ।

new life
You might also like
error: Content is protected !!