News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ପ୍ରଭାବ ; ପାଣି ନଜମିବା ପାଇଁ ମରାମତି ହେଲା ରାସ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ବଜାରରେ ଅସରାଏ ବର୍ଷା ହେଲେ ବର୍ଷା ପାଣି ଗାଁ ଏବଂ ବଜାର ଦୁଇ ଭାଗ କରିଦେଉଥଲା । ଯୋରନ୍ଦା ଗାଁ ମୁଣ୍ଡ ଶିବ ମନ୍ଦିର ପାଖରେ ଥିବା ଚାରି ଛକରୁ ଗୋଟିଏ ପଟେ କଲୁରୀଆକୁ ରାସ୍ତା, ଡାହାଣ କୁ ଯୋରନ୍ଦା ଗାଁ ଓ ସିଧା ଗଲେ ବlଇଁସିଆ, କରମୁଳ, ଭୁବନକୁ ରାସ୍ତା। ପୂର୍ବରୁ ଏଠାରେ ଗୋଟିଏ ଛୋଟ ଡ୍ରେନ ଥିଲା ଗାଁର ପାଣି ଏହା ମଧ୍ୟ ଦେଇ ବାହାରକୁ ଯାଉଥିଲା। ଏହି ଡ୍ରେନ ସଫା ହେଉ ନଥିବାରୁ ଟିକିଏ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଥିଲା।

ପ୍ରତି ବର୍ଷ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଅନୁଷ୍ଠିତ ହେଉଥିବା ବେଳେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମ ହୁଏ ତେବେ ବିଶ୍ୱ ସ୍ତରରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଏହି ଭଳି ପରିବେଶ ଶୋଭା ଦେଉନଥିଲା। ସ୍ଥାନୀୟ ବୁଦ୍ଧିଜୀବୀ ଆମ ଦୃଷ୍ଟିକୁ ଆଣିବା ପରେ ଏବିଷୟରେ ଆମେ ଗତ ଜୁନ ୨୫ ରେ ଖବର ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲୁ । ତେବେ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ଅଧିକାରୀ ।

ପ୍ରତିଶ୍ରୁତି ରକ୍ଷା କରି ରାସ୍ତା କୁ କଂକ୍ରିଟ କରାଯାଇ ଉଚ୍ଚା କରାଯାଇଛି ଯାହା ଫଳରେ ପାଣି ଜମା ହେବ ନାହିଁ।

new life
You might also like
error: Content is protected !!