News
WhatsApp Image 2023-10-04 at 17.25.00
samparksetu

ଶାଙ୍କୁଲେଇ ଗ୍ରାମର ଘର ଭୁଷୁଡ଼ିବା ଘଟଣା , ଅତିଶୀଘ୍ର ଘର ଖଣ୍ଡେ ଯୋଗାଇବାକୁ ପ୍ରତିଶ୍ରୁତି ଦେଲା ପ୍ରଶାସନ

ଢେଙ୍କାନାଳ ସଦର ବ୍ଲକ ଶାଙ୍କୁଲେଇ ଗ୍ରାମର ୩ନଂ ୱାର୍ଡ ଭଜମନ କାଣ୍ଡି ଙ୍କ ପରିବାର ଏକ ଭଙ୍ଗା ଘର ରହୁଥିଲେ ଯାହା ଫନି ବାତ୍ୟା ରେ ଭାଙ୍ଗି ଯାଇଥିଲା । ତେବେ ଏ ନେଇ ଅନେକ ଥର ଘର ଖଣ୍ଡିଏ ପାଇଁ ଗୁହାରୀ କରିଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଲିନଥିଲା ।

ଭଙ୍ଗା ଘରଟି ଶେଷରେ ଲଗାଣ ବର୍ଷା ରେ ଘରେ ଖାଇ ବସିଥିବା ସମୟରେ ଭୁଶୁଡ଼ିପଡିଥିଲା । ଏହି ଖବର ଆମେ ଗତ ୧୮ ଅକ୍ଟୋବର ରେ ପ୍ରକାଶ କରିଥିଲୁ । ତେବେ ଖବର ପ୍ରସାରଣ ପରେ ଶାଙ୍କୁଲେଇ ସରପଞ୍ଚ ରାମଚନ୍ଦ୍ର ସାହୁ ଉକ୍ତ ପରିବାର ନିକଟକୁ ଯାଇ ତାଙ୍କୁ ଜଟି ପାଲ ଦେବା ସହ ତାଙ୍କର ଅସୁବିଧା ବିଷୟରେ ବୁଝିଥିଲେ ।

ପୂର୍ବରୁ ପ୍ରସାରିତ ଖବର

ତେବେ ଉକ୍ତ ପରିବାର କୁ କିଭଳି ଭାବରେ ଘର ସହ ସମସ୍ତ ସୁବିଧା ସୁଯୋଗ ଦିଆ ଯାଇପାରିବ ସେ ନେଇ ଜିଲ୍ଲା ପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ସଦର ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏ ନେଇ ସଦର ତହସିଲଦାର ଙ୍କ କହିବା ଅନୁଯାୟୀ ତାଙ୍କୁ ଅତିଶୀଘ୍ର ଆମେ ଘର ଖଣ୍ଡିଏ ଯୋଗାଇ ଦେବୁ ।

new life
You might also like
error: Content is protected !!