News
WhatsApp Image 2023-10-04 at 17.25.00
samparksetu

ବିଲରେ ଧାନ କାଟୁଥିବା ସମୟରେ କାମୁଡିଲା ସାପ

କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ଥାନା କଣ୍ଟାପାଳ ପଂଚାୟତ ର ଓଡିଶ ଗ୍ରାମ ରେ ଗତକାଲି ସାପ କାମୁଡା ରେ ଜଣଙ୍କ ର ମୃତ୍ୟୁ ହୋଇଛି ମୃତକ ଜଣଙ୍କ ହେଲେ ସେହି ଗ୍ରାମ ର ପରେଶ ସିଂହ ।

ସୂଚନା ଅନୁସାରେ ପରେଶ କାଲି ସଂନ୍ଧ୍ୟା ସମୟରେ ନିଜ ବିଲ କୁ ଧାନ କାଟିବାକୁ ଯାଇଥିଲେ । ବିଲରେ ଧାନ କାଟୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କ ଡାହାଣ ଗୋଡ଼ କୁ କାମୁଡି ଦେଇଥିବା ଫଳରେ ସେ ବିଲ ରେ ଅଚେତ ହୋଇ ପଡି ଯାଇଥିଲେ ।

ପରିବାର ଲୋକ ଏ ବିଷୟରେ ଖବର ପାଇ ପରେଶ ଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!