News
WhatsApp Image 2023-10-04 at 17.25.00
samparksetu

ଜାଲ ଦସ୍ତଖତ କରି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଖାଇଗଲେ ଦିଦି !

ଜାଲ ଦସ୍ତଖତ ମାରି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଖାଇଗଲେ ଦିଦି । ଏ ଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ।

ଗାଁର ଅଙ୍ଗନୱାର୍ଡ଼ି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଖାଦ୍ୟକୁ ଦିଦି ମାମିନା ନାଏକ ଆତ୍ମସାତ୍ କରୁଥିବା ଛୁଆଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ପ୍ରାୟ ୪ ମାସ ହେବ ଛୁଆଙ୍କୁ ଚାଉଳ, ଛତୁଆ କିମ୍ବା ଅଣ୍ଡା ପ୍ରଦାନ କରାଯାଇନାହିଁ । ମାତ୍ର କାଗଜ କଲମରେ ଦିଦିଙ୍କର ଚାଷ ସମ୍ପୂର୍ଣ୍ଣ ଠିକ୍ ରହିଛି ।

ଦିଦି ନିଜ ଘରେ ନ ରହି ଅଙ୍ଗନୱାର୍ଡି କେନ୍ଦ୍ରକୁ ନିଜର କୁଟୀର ଭାବରେ ହାତେଇଛନ୍ତି । ଏପରିକି ଅଭିଯୋଗ କରିଥିବା ଲୋକଙ୍କ ସହିତ ଦିଦି ମାମିନା ନାଏକ ଯୁକ୍ତିତର୍କ କରିବା ସହ ଖରାପ ଭାଷା ମଧ୍ୟ ପ୍ରୟୋଗ କରିଥିଲେ ଯାହା ଆମ କ୍ୟାମେରାରେ ରେକର୍ଡ ହୋଇଛି ।

ଏ ନେଇ ଆମେ ପରଜଙ୍ଗ ସିଡିପିଓ ମମତା ମଞ୍ଜରୀ ଦେଓଙ୍କୁ ଯୋଗାଯୋଗ କରିଥିଲୁ । ତେବେ ସେ କହିଥିଲେ ଯେ ମୁଁ ଗାଁକୁ ଯାଇ ଲୋକଙ୍କୁ ଭେଟିବି ଏବଂ ସତ୍ୟାସତ୍ୟ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ।

ଜଣେ ଅଙ୍ଗନୱାର୍ଡି କର୍ମୀଙ୍କ ଏପରି ଆଚରଣ ଏବଂ ଜାଲ ଦସ୍ତଖତ ମାରି ଛୁଆଙ୍କ ଚାଉଳ ,ଛତୁଆ ଓ ଅଣ୍ଡା ହଡପ କରିବା କେତେଦୂର ଯଥାର୍ଥ ତାହା ତଦନ୍ତ ପରେ ସାମ୍ନାକୁ ଆସିବ ।

କୋମଳମତି ଶିଶୁଙ୍କ ଭବିଷ୍ୟତ ପାଇଁ ମେରୁଦଣ୍ଡ ତିଆରି କରୁଥିବା ଅଙ୍ଗନୱାର୍ଡି କର୍ମୀଙ୍କ ଏପରି କାରନାମା ନିଶ୍ଚିତ ପକ୍ଷେ ସମାଜ ପାଇଁ ଏକ କଳଙ୍କିତ ଅଧ୍ୟାୟ ।

new life
You might also like
error: Content is protected !!