News
WhatsApp Image 2023-10-04 at 17.25.00
samparksetu

ବେସାହାରା ଆଈ ନାତୁଣୀ ଙ୍କୁ ସହଯୋଗ ର ହାତ ବଢାଇଲେ ସମାଜସେବୀ

ଢେଙ୍କାନାଳ ପରଜଙ୍ଗ ବ୍ଲକ ର ରୋଡ ଗ୍ରାମ ରେ ବାପା ମା ଛେଉଣ୍ଡ ଝିଅ ଲିନା ପ୍ରଧାନ ଓ ତାଙ୍କ ୭୫ ବର୍ଷ ର ବୁଢ଼ୀ ଜେଜେ ମା ଏକ ଭଙ୍ଗା କୁଡିଆରେ ରହୁଥିବା ଖବର ଆମେ ଗତକାଲି ପ୍ରକାଶ କରିଥିଲୁ।

ତାଙ୍କୁ ସହାୟତାର ହାତ ବଢାଇଛନ୍ତି କିଛି ସମାଜସେବୀ।
ଅର୍ଥ ଅଭାବରୁ ଖାଦ୍ୟର ବହୁତ୍ କଷ୍ଟରେ ଜୀବନ କାଟୁଛି ତାଙ୍କର।ଯାହା ଦିନେ ଖାଇଲେ ଦିନେ ଉପାସ ରହିବାକୁ ପଡୁଛି। ଏପର୍ଯ୍ୟନ୍ତ ସରକାରର କୌଣସି ସହାୟତା ତାଙ୍କୁ ମିଳି ନାହିଁ। ରାସନ୍ କାର୍ଡ ଥାଇ ମଧ୍ୟ ଚାଉଳ ବି ମିଳୁ ନାହିଁ।

ଏଣୁ ତାଙ୍କର ଏହି ଅବସ୍ଥା ଦେଖି ” ମାନବ ସେବା ହିଁ ମାଧବ ସେବା ସଙ୍ଘ” ସେଠାରେ ପହଞ୍ଚିଥିଲା ଏବଂ ସଙ୍ଘ ତରଫରୁ ବୁଢ଼ୀ ଜେଜେ ମା ଓ ନାତୁଣୀକୁ ଗୋଟିଏ ମାସର ରାସନ୍ ସାମଗ୍ରୀ, ଶୀତ ବସ୍ତ୍ର ଓ ଶୋଇବା ପାଇଁ ତକିଆ, ସପ ଏବଂ ପିନ୍ଧିବାକୁ ଶାଢ଼ୀ ଓ ଶୁଖିଲା ଖାଦ୍ୟ ଇତ୍ୟାଦି ସହାଯ୍ୟ କରିଛନ୍ତି।

ତେବେ ଉଭୟଙ୍କୁ ସ୍ଥାୟୀ ଭାବେ ଥଇଥାନ କରିବା ପାଇଁ ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି।

new life
You might also like
error: Content is protected !!